ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୧୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓ, କମ୍ବୁ ପାଣିଗ୍ରାହୀ ଏବଂ ପ୍ରଦୀପଙ୍କ ଡ୍ରାଇଭରଙ୍କ ଘରେ ମଧ୍ୟ ଚଢାଉ ଚାଲିଥିବା ସୂଚନା ମିଳିଛି । ଟାଟା କଂପାନୀରେ ଚାକିରୀ କରାଇଦେବେ କହି ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହୋଇ ସାତମାସ ଜେଲରେ ଥିଲେ । ସାତମାସ ଜେଲରେ ରହିବା ପରେ ଜାମିନରେ ଆସିଛନ୍ତି ପ୍ରଦୀପ । ଏବେ ପୁଣି ଭିଜିଲାନ୍ସ ରେଡ୍ ହୋଇଥିବା ବେଳେ ଏହାକୁ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ଶ୍ରୀ ପାଣିଗ୍ରାହୀ ।