ଗୁଜରାଟ କ୍ୟାଡର IAS ପ୍ରମୋଦ କୁମାର ମିଶ୍ର ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ | ଓଡ଼ିଆ ପୁଅ ପ୍ରମୋଦ ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିବେ | ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ପ୍ରମୋଦ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିବା ନେଇ ଚର୍ଚା ଜୋର ଧରିଥିବା ବେଳେ ଆଜି ସେହି ଚର୍ଚ୍ଚାରେ ପୁର୍ଣ୍ଣେଛେଦ ପଡିଛି | ପ୍ରମୋଦ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବଭାବେ ଦାଇତ୍ୱ ତୁଲାଇ ଆସୁଥିଲେ | ସମ୍ବଲପୁର ବାସିନ୍ଦା ପ୍ରମୋଦ ୧୯୭୨ ବ୍ୟାଚ ଗୁଜରାଟ କ୍ୟାଡର IAS |