ଗୃହବନ୍ଦୀ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଓ ତାଙ୍କ ପୁଅ ନାରା ଲୋକେଶ | ଗୁଣ୍ଟୁର ଜିଲ୍ଲାର ଆତ୍ମାକୁରୁ ଗାଁରେ ଆନ୍ଧ୍ର ସରକାରଙ୍କ ହିଂସାତ୍ମକ ରାଜନୀତି ବିରୋଧରେ ଟିଡିପି ‘ଚଲୋ ଆତ୍ମାକୁରୁ’ ରାଲିର ଆୟୋଜନ କରିଥିଲା । ଏନେଇ ପୂର୍ବରୁ ଡିଡ଼ିପି ଦଳ ଗୁଣ୍ଟୁର୍‌ରେ ଏକ ମହାରାଲି କରିବା ନେଇ ପ୍ରଶାସନଠାରୁ ଅନୁମତି ମାଗିଥିଲେ । ମାତ୍ର ପ୍ରଶାସନର ଅନୁମତି ମିଳିନଥିଲା | ପ୍ରଶାସନ ଅନୁମତି ନଦେବା ନେଇ ଟିଡିପି ମୁଖ୍ୟ ନିଜ ବାସ ଭବନରେ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅନଶନରେ ବସିବା ନେଇ ଘୋଷଣା କରିଥିଲେ | ଟିଡ଼ିପି ମୁଖ୍ୟଙ୍କ ଘୋଷଣା ପରେ ତାଙ୍କ ସମର୍ଥକଙ୍କ ଲମ୍ୱା ଲାଇନ ଘର ବାହାରେ ଲାଗିଯାଇଥିଲା | ନେତାମାନଙ୍କ ଆଗମନ ଓ ଆନ୍ଦୋଳନକୁ ଦୃଷ୍ଟିରେ ରଖି ତାଙ୍କ ଘରକୁ ପ୍ରବେଶ କରୁଥିବା ସମସ୍ତ ଟିଡିପି କର୍ମୀଙ୍କୁ ଅଟକ ରଖିଛି ପୋଲିସ | ସେହିପରି ଦଳର ପୂର୍ବତନ ବିଧାୟକ ତଙ୍ଗିରାଲା ସୌମ୍ୟ ଓ ରାଜେନ୍ଦ୍ର ପ୍ରସାଦଙ୍କୁ ନନ୍ଦିଗାମଠାରେ ଗୃହବନ୍ଦୀ କରାଯାଇଛି । ଚନ୍ଦ୍ରବାବୁଙ୍କୁ କୌଣସି ଗଣମାଧ୍ୟମ ସହିତ ସାକ୍ଷାତ କରିବାକୁ ମଧ୍ୟ ଅନୁମତି ଦିଆଯାଉ ନାହିଁ । ଅପରପକ୍ଷେ ପୋଲିସ ନରସରାୱପେଟା, ସତ୍ତେନାପାଲେ, ପଲନାଡ଼ୁ ଏବଂ ଗୁରାଜଲାରେ ୧୪୪ଧାରା ଜାରି କରିଦେଇଛି |

LEAVE A REPLY

Please enter your comment!
Please enter your name here