ଦୈନଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ମହଙ୍ଗା ମାଡ଼ ନେଇ ଭାଙ୍ଗିବାକୁ ବସିଲାଣି ପାକିସ୍ତାନୀଙ୍କ ଅଣ୍ଟା | ପ୍ରଥମେ ଟମାଟୋ ପରେ ସୁନା ଏବେ ଦୁଗ୍ଧର ଦର ଦାମ୍ ଆକାଶ ଛୁଆ ହୋଇଗଲାଣି | ସେଠାରେ ମହରମ ଅବସରରେ ପେଟ୍ରୋଲ ଠାରୁ ଅଧିକ ଦାମରେ ଦୁଗ୍ଧ ବିକ୍ରୀ ହୋଇଥିବା ସୂଚନା ମିଳିଛି । ପାକ୍ ରେ ପେଟ୍ରୋଲ୍ ଦର ୧୧୭.୮୩ ଟଙ୍କା ପ୍ରତି ଲିଟର ଥିବା ବେଳେ ଡିଜେଲ୍ ଦର ୧୩୨.୪୭ ଟଙ୍କା ରହିଛି । ଆଉ ଗୋଟିଏ କ୍ଷୀର ପ୍ୟାକେଟ୍ ପ୍ରତି ଲିଟର ପିଛା ୧୪୦ ଟଙ୍କା ରହିଛି । ସେହି ସମୟରେ କରାଚୀରେ ଲୋକମାନେ ଲିଟର ପିଛା ୯୪ ଟଙ୍କା ଦେଇ ଦୁଗ୍ଧ କିଣୁଛନ୍ତି । ଏନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ଗତ ମାସରେ ପାକିସ୍ତାନରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ବକରୀଦ ଅବସରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା | ଏଠାରେ ରଶୁଣର ଦାମ୍ କିଲୋ ପିଛା ୪୦୦ ଟଙ୍କା ଥିବା ବେଳେ ଲଙ୍କା ୧୦୦ ଟଙ୍କା ଏବଂ ପିଆଜ ୫୦ ଟଙ୍କାରେ ବିକ୍ରୀ କରାଯାଉଛି । ମହରମ୍ ଅବସରରେ କ୍ଷୀର ଦର ଆକାଶ ଛୁଆ ହେଉଥିବା ବେଳେ ପାକ୍ ବାସୀଙ୍କୁ ଚିନ୍ତାରେ ପକାଇଛି ।

LEAVE A REPLY

Please enter your comment!
Please enter your name here