ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ରୂପେ ବୁଧବାର ପୂର୍ବାହ୍ନରେ ରାଷ୍ଟ୍ରପତି ଭବନର ଦରବାର ହଲରେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜଷ୍ଟିସ୍ ଗୋଗୋଇ ୨୦୧୯ ନଭେମ୍ବର ଶେଷ ପର୍ଯ୍ୟନ୍ତ ଭାରତର ପ୍ରଧାନ ବିଚାରପତି ରୂପେ ଦାୟିତ୍ୱ ନିର୍ବାହ କରିବେ । ଭାରତର ପ୍ରଧାନ ବିଚାରପତି ହେବାର ଉତ୍ତର ପୂର୍ବାଞ୍ଚଳରୁ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ।
ଆଜିର ଶପଥ ଗ୍ରହଣ ଉସôବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋବି , ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଗୃହମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବୈଦଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରମୂଖ ଉପସ୍ଥିତ ଥିଲେ । ଶପଥ ଗ୍ରହଣ କରିବା ପରେ ଉପସ୍ଥିତ ଥିବା ନିଜ ମାଙ୍କ ପାଦ ଛୁଇଁ ପ୍ରଣାମ କରି ଜଷ୍ଟିସ ଗୋଗୋଇ ତାଙ୍କ ଉଦ୍ଦିଷ୍ଟ ଆସନରେ ବସିଥିଲେ ।

LEAVE A REPLY

Please enter your comment!
Please enter your name here