ଫେବୃଆରୀ 5 ତାରିଖରେ ପଶ୍ଚିମ ଓଡିଶା ବନ୍ଦ ଡାକରା. ପଶ୍ଚିମ ଓଡିଶାର ମିଳିତ ଓକିଲ ସଂଘ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି. ଓଡିଶା ରାଜ୍ୟ ବାର ଆସୋସିଏସନ ବିସିଆଇକୁ ଦେଇଥିବା ପ୍ରସ୍ତାବକୁ ବିରୋଧ କରିଛି ପଶ୍ଚିମ ଓଡିଶା ଓକିଲ ସଂଘ. ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ହେଉଥିବା ଯ଼ୋଗୁ ବିଭିନ୍ନ ସମୟରେ କୋର୍ଟ କାର୍ଯ଼୍ୟ ବାଧାପ୍ରାପ୍ତ ହେଉଥିବା ଦର୍ଶାଇଛି ରାଜ୍ୟ ବାର ଆସୋସିଏସନ. ତେଣୁ ଆନ୍ଦୋଳନରତ ଓକିଲଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଛି ରାଜ୍ୟ ବାର୍ ଆସୋସିଏସନ. ଏଭଳି ପ୍ରସ୍ତାବକୁ ତୀବ୍ର ବିରୋଧ କରିଛି ପଶ୍ଚିମ ଓଡିଶା ଓକିଲ ସଂଘ. ସମ୍ବଲପୁରରେ ବସିଥିବା ବୈଠକରେ ବନ୍ଦ ଡାକରା ଦିଆଯିବା ସହ କାହାର ଜଣଙ୍କର ଲାଇସେନ୍ସ ବାତିଲ ହେଲେ ପଶ୍ଚିମ ଓଡିଶାର ସବୁ ଓକିଲ ସେମାନଙ୍କ ଲାଇସେନ୍ସ ସରେଣ୍ଡର କରିଦେବେ ବୋଲି କହିଛନ୍ତି.

LEAVE A REPLY

Please enter your comment!
Please enter your name here