ତିଳେଇବଣି ବିଡିଓଙ୍କୁ ମାଡ ମାରିଥିବା ଅଭିଯୋଗରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ ହେବା ପରେ ଏକଜୁଟ୍ ହୋଇଛନ୍ତି ଅଫିସର । ଆଜି କର୍ତ୍ତବ୍ୟରତ ଅଫିସରଙ୍କ ସୁରକ୍ଷା ଦାବି କରି ଓଏଏସ ସଂଘ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଫେରାଦ ହୋଇଛନ୍ତି । କାହିଁକି ଜଣେ ଅଫିସରଙ୍କୁ ବିଧାୟକ ମାଡ ମାରିବେ ବୋଲି ପ୍ରଶ୍ନ କରିଛନ୍ତି । ଓଲଟା ବିଡିଓଙ୍କୁ ମାଡ ମାରିବା ପରେ ନିଜକୁ ବଞ୍ଚାଇବାକୁ ଯାଇ ବିଧାୟକ ଥାନାରେ ଏତଲା ଦେଇଛନ୍ତି । ଅନ୍ୟପକ୍ଷରେ ଗିରଫ ହୋଇଥିବା ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ସେ କାହିଁକି ଗିରଫ ହେଲେ ବୁଝି ପାରୁନାହାଁନ୍ତି । ଲୋକଙ୍କ ବିକାଶ ପାଇଁ ଦାୟିତ୍ବରେ ଥିବା ସରକାରୀ ବାବୁମାନଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ବିଧାୟକଙ୍କର ରହିଛି । ମାତ୍ର ପ୍ରଶ୍ନ ପଚାରିଲେ ଏଠି ବିଧାୟକଙ୍କୁ ଗିରଫ କରାଯାଉଛି ବୋଲି କହିଛନ୍ତି ସୁବାସ । ଗତକାଲି ବିଧାୟକଙ୍କୁ ଦେବଗଡ ପୋଲିସ ଭୁବନେଶ୍ବରରୁ ଗିରଫ କରିଥିଲା । ଆଜି ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here