ଶେଷରେ ବଦଳିବେ ରାଜ୍ୟ କଂଗ୍ରେସ ମୁଖିଆ । ପିସିସି ସଭାପତି ବଦଳାଇବା ପାଇଁ ଦୀର୍ଘ ଦିନର ଦାବି ପରେ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡକରା ଆସିଛି । ଆସନ୍ତା 5 ତାରିଖରେ ଦିଲ୍ଲୀରେ ହାଜିରା ହେବାକୁ ସବୁ ବିଧାୟକଙ୍କୁ କୁହାଯାଇଛି । ରାହୁଲ ଗାନ୍ଧୀ ବିଧାୟକଙ୍କ ସହ ଆଲୋଚନା କରିବା ପରେ ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ । ପୂର୍ବରୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଜଣେ ବିଧାୟକଙ୍କୁ ସଭାପତି କରିବାକୁ ଦାବି କରିଥିଲେ । ତାରାଙ୍କୁ ଦଳର ଅନ୍ୟ ବିଧାୟକମାନେ ମଧ୍ୟ ସମର୍ଥନ ଜଣାଇଥିଲେ । କଂଗ୍ରେସର ବିଭିନ୍ନ ଗୋଷ୍ଠୀ ବିଭିନ୍ନ ସମୟରେ ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବା ପାଇଁ ଦାବି କରି ଆସୁଥିଲେ ହେଁ ହାଇକମାଣ୍ଡ କର୍ଣ୍ଣପାତ କରୁ ନ ଥିଲେ । ନେତୃତ୍ବ ବଦଳାଇବା ପାଇଁ ବାରମ୍ବାର ଦାବି ପରେ ଦଳର ପ୍ରଦେଶ ପ୍ରଭାରୀ ଚେଲ୍ଲା କୁମାର ଭୁବନେଶ୍ବର ଆସି ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ । ଦଳର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ନବୀନଙ୍କ ଇଚ୍ଛାରେ କଂଗ୍ରେସର ନେତା ବଦଳନ୍ତି ବୋଲି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ । ଏହାକୁ ନେଇ ପିସିସି ପକ୍ଷରୁ ସୁରଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଳା ।

LEAVE A REPLY

Please enter your comment!
Please enter your name here