ଆଜିଠୁ ରାଜ୍ୟର ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି କରୋନା ଟିକା । କଟକ ଇନଡୋର ଷ୍ଟାଡିୟମରେ କରାଯାଇଥିବା ଟିକା କେନ୍ଦ୍ରରେ ଟିକା ନେଇଛନ୍ତି ପୋଲିସ ଡିଜି ଅଭୟ । ବରିଷ୍ଠ ପୋଲିସ ଅଧିକାରୀଙ୍କ ସମତେ ସବୁ ଜିଲ୍ଲାର ଜିଲ୍ଲାପାଳ , ଏସପି ଏବଂ ବରିଷ୍ଠ ଅଧିକାରୀମାନେ ଟିକା ନେଇଛନ୍ତି । ଏହାପରେ ନିଜ ଟୁଇଟରରେ ଅପଲୋଡ କରିବେ ନିଜର ଟିକା ନେଇଥିବା ଫଟୋ । ଫଳରେ ଲୋକ ସଚେତନ ହେବେ । ଟିକାକୁ ନେଇ ଥିବା ଭୟ ଦୂର ହେବା ସହ ଆତ୍ମବିଶ୍ୱାସ ବଢିବ ବୋଲି ଆଶା । ଆଜିଠାରୁ ଗୃହ , ନଗର ଉନ୍ନୟନ ବିଭାଗ ଏବଂ ରାଜ୍ୱସ ବିଭାଗର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଉଛି । ଭୁବନେଶ୍ୱରରେ ହସ୍ପିଟାଲ ପରିବର୍ତ୍ତେ ବିଭିନ୍ନ କଲ୍ୟାଣ ମଣ୍ଡପ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here