ଗ୍ୟାଙ୍ଗଷ୍ଟାର ହାଇଦରକୁ ହାଇଦ୍ରାବାଦରୁ ଭୁବନେଶ୍ୱରକୁ ଅଣାଗଲା । ବିମାନରେ ତେଲେଙ୍ଗାନାରୁ ଓଡିଶା ଆଣିଲା କମିଶନରେଟ୍ ପୋଲିସ । ହାଇଦ୍ରାବାଦରୁ ଭୁବନେଶ୍ୱରକୁ ଅଣାଗଲା ପରେ ହାଇଦରକୁ କଟକ ନିଆଯାଇଛି । ତେଲେଙ୍ଗାନାର ସଙ୍ଗାରେଡି ଜିଲ୍ଲାରୁ ଗତକାଲି ହାଇଦରକୁ ଗିରଫ କରାଯାଇଥିଲା । ଏବଂ ୧୦ ତାରିଖରେ କଟକ ଏସସିବିରୁ ଫେରାର ହେବା ପରେ ତାର ଗତିବିଧି ଉପରେ କଡା ନଜର ରଖିଥିଲା କମିଶନରେଟ୍ ପୋଲିସ । ତେବେ କେମିତି ଖସିଥିଲା ହାଇଦର, କାହା ସହାୟତାରେ ଖସିଥିଲା । ଏହି ଫେରାର ପଛରେ ଆଉ କାହାର ସଂପୃକ୍ତି ରହିଛି । ତାର ଖୋଳତାଡ କରାଯାଉଛି ।

LEAVE A REPLY

Please enter your comment!
Please enter your name here