କରୋନାକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ସବୁ ସହରାଞ୍ଚଳରେ ଆସନ୍ତାକାଲିଠାରୁ ଲାଗୁ ହେବ ନାଇଟ କର୍ଫ୍ୟୁ । ରାତି ନ’ ଟାରୁ ସକାଳ ପାଞ୍ଚଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । କଟକ ଓ ଭୁବନେଶ୍ବର ସମେତ ସବୁ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ପାଇଁ ଘୋଷଣା । ସେହିପରି ଛତିଶଗଡ ସୀମାନ୍ତବର୍ତ୍ତୀ 10ଟି ଜିଲ୍ଲାର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍ ଡାଉନ୍ କରାଯିବାକୁ ଘୋଷଣା । ଶନିବାର ଓ ରବିବାର ହେବ ସଟ୍ ଡାଉନ୍ । ପୂର୍ବରୁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର 10ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସମୟରେ ପରିବର୍ତ୍ତନ କରାଯାଇଛି । ସଂଧ୍ୟା ଛ ଟାରୁ ସକାଳ ପାଞ୍ଚଟା ଯାଏଁ ଲାଗୁ ହେବ କର୍ଫ୍ୟୁ । କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ । ସୂଚନା ଦେଲେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

LEAVE A REPLY

Please enter your comment!
Please enter your name here