ଗତକାଲି ସାଢେ ୬ ହଜାର ଉପରେ ସଙ୍କ୍ରମଣ ଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୬ ହଜାର ୧୧୬ ପଜିଟିଭ୍ । ସେହିପରି ମୃତ୍ୟୁ ସଂଖ୍ୟା ବି ହ୍ରାସ ପାଇଛି । ଗତକାଲି ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ୭ ସଙ୍କ୍ରମିତଙ୍କ ଜୀବନ ନେଇଛି କରୋନା ଭାଇରସ । ଆଜି କ୍ୱାରେଣ୍ଟିନରୁ ୩୫୪୬ ଏବଂ ଲୋକାଲ କେସ୍ ରହିଛି ୨୫୭୦ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଙ୍କ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ସଙ୍କ୍ରମିତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୭୮୫, ନୂଆପଡାରୁ ୪୩୦, କଟକରୁ ୩୪୩, ଯାଜପୁରରୁ ୩୨୪, କଳାହାଣ୍ଡି-୩୨୧, ନବରଙ୍ଗପୁର- ୩୧୮ ଚିହ୍ନଟ ହୋଇଛନ୍ତି । ବରଗଡ-୨୬୪, ଝାରସୁଗୁଡା-୨୫୪, ବଲାଙ୍ଗୀର-୧୮୯, ପୁରୀ-୧୮୦, ଷ୍ଟେଟପୁଲ-୧୭୯, ମୟୂରଭଞ୍ଜ-୧୫୮, ଅନୁଗୁଳ-୧୫୧, ଗଞ୍ଜାମ-୧୩୪, କେନ୍ଦୁଝର-୧୧୮, ରାୟଗଡା-୧୦୪, ବାଲେଶ୍ୱର-୧୦୨, ନୟାଗଡ-୯୯, ଭଦ୍ରକ-୮୭, ଗଜପତି-୭୮, ଜଗତସିଂହପୁର-୭୩, କୋରାପୁଟ-୭୧, କେନ୍ଦ୍ରାପଡା-୪୬, ଦେଓଗଡ- ୩୯, କନ୍ଧମାଳ-୩୬, ବୌଦ୍ଧ-୩୨, ମାଲକାନଗିରି-୩୨, ଢେଙ୍କାନାଳ-୮, ସୋନପୁରରୁ ୮ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।