ନିଜର ପ୍ରଭାବ ବିସ୍ତାର କରି ବିଭିନ୍ନ ସରକାରୀ ସଂସ୍ଥା ଠାରୁ ଜଣେ ଜଣେ ବ୍ୟକ୍ତି ଏକାଧିକ ପ୍ଲଟ ହାତଉଛନ୍ତି । ମାତ୍ର ପ୍ଲଟଟିଏ ପାଇବା ପାଇଁ ଅନେକ ସାଧାରଣ ଲୋକେ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାରୀ ସଂସ୍ଥା ଆବଣ୍ଟନ ନିୟମ ବଦଳାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଯେକୌଣସି ଉନ୍ନୟନ ସଂସ୍ଥା ଠାରୁ ଜଣେ ବ୍ୟକ୍ତି ମାତ୍ର ଗୋଟିଏ ପ୍ଲଟ୍ ପାଇପାରିବା ଭଳି ନିୟମ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ପ୍ରଥମେ ଏକ ପ୍ଲଟ୍ ବିଡିଏରୁ ପାଇଥିଲେ । ମାକ୍ର ତାହାକୁ ସେ ପରବର୍ତ୍ତି ଅବସ୍ଥାରେ ବିକ୍ରି କରିଦେଇଥିଲେ । ପରେ ପୁଣି ଏକ ବ୍ୟାବସାୟିକ ଜମି ମଧ୍ୟ ନେଇଥିଲେ । ତୃତୀୟ ଥର ପାଇଁ ସେ ବିଡିଏରୁ ଏକ ପ୍ଲଟ ଆବେଦନ କରି କୋଟାରେ ପାଇଥିଲେ ହେଁ ବିଡିଏ କର୍ତ୍ତୃପକ୍ଷ ତାହା ହସ୍ତାନ୍ତର କରି ନ ଥିଲେ । ବରଂ ବିଡିଏ ତୃତୀୟ ପ୍ଲଟ ମଂଜୁରୀକୁ ରଦ୍ଦ କରିଦେଇଥିଲେ । ସଂପୃକ୍ତ ବ୍ୟକ୍ତି ବିଡିଏ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣୀ କରି ହାଇକୋର୍ଟ ଆବଣ୍ଟନ ନିୟମ ବଦଳାଇ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ପ୍ଲଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।