ବଦଳିବ କଟକ ସହରର ବଡ ମେଡିକାଲ ଚେହେରା. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ମହାନଦୀ ପଠାରେ ବୁଲି ସ୍ଥିତି ସମୀକ୍ଷା କରିବା ପରେ କଟକ ସହର ପାଇଁ ବଡ ଘୋଷଣା କରିଛନ୍ତି. ବଡ ମେଡିକାଲରେ ରୋଗୀ ହନ୍ତସନ୍ତ ହୋଇଆସୁଥିବା ବେଳେ ମେଡିକାଲର ସଂପ୍ରସାରଣ ପାଇଁ ନବୀନ ଘୋଷଣା କରିଛନ୍ତି. ଏଥିପାଇଁ ପଚିଶ ଏଖର ଜମି ଅଧିଗ୍ରହଣ କରାଯ଼ିବ ଏବଂ କିଛି ସରକାରୀ କ୍ବାର୍ଟର ଭଙ୍ଗାଯ଼ିବାକୁ ନିଷ୍ପତ୍ତି ହୋଇଛି. ସେହିପରି ହାଡିଆ ପଠାରେ ଏସସିବି ମେଡିକାଲର ଦ୍ବିତୀୟ କ୍ୟାମ୍ପସ ନିର୍ମାଣ କରାଯ଼ିବ. ମାର୍ଚ୍ଚ ପହିଲାରୁ ନିର୍ମାଣ କାମ ଆରମ୍ଭ ହେବ ବୋଲି ନବୀନ କହିଛନ୍ତି. ଏହାସହ ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ରାସ୍ତା ତିନିଥାକିଆ କରିବାକୁ ଯ଼ୋଜନା କରାଯାଇଛି.

LEAVE A REPLY

Please enter your comment!
Please enter your name here