କେଉଁ ନାମ ଧରି ଡାକିବି ତୁମକୁ । ଏହି ଜଣାଣରୁ ହିଁ ଆରମ୍ଭ ହୋଇଥିଲା ଜିଲ୍ଲାପାଳଙ୍କ ଜଲୱା । ଜଗତସିଂହପୁର ଏକବିଂଶତମ ପୁସ୍ତକମେଳାର ଉଦଯାପନୀ ସଂଧ୍ୟାରେ ଜଣାଣ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । କେବଳ ଭଜନ ନୁହେଁ, ନୀଳ ଆକାଶରେ ନାଚେ ମୁଁ ଝୁମିରେ ଗୀତ ସମସ୍ତଙ୍କ ମନ ମୋହିଥିଲା । ଜିଲ୍ଲାପାଳଙ୍କ ଗୀତରେ ଝୁମିଥିଲେ ଉପସ୍ଥିତ ଦର୍ଶକ । ଏହାପରେ ଆୟୋଜକ କର୍ମକର୍ତ୍ତାଙ୍କ ସହ ପାଦରେ ତାଳ ଦେଇ ନାଚିଥିଲେ ଜିଲ୍ଲାପାଳ ମହୋଦୟ । ମୁଁ ଜଗତସିଂହପୁର ଜିଲ୍ଲାର ପୁଅ ଓ ସଂସ୍କୃତି ପ୍ରେମୀ ମଣିଷ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଜିଲ୍ଲାପାଳ । ମୁଁ ଆଗାମୀ ଦିନରେ ଜିଲ୍ଲାପାଳ ଥାଏ କି ନଥାଏ ଜିଲ୍ଲାବାସୀଙ୍କ ସହ ସବୁବେଳେ ରହିବି ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଉଥିବା ପୁସ୍ତକ ମେଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଉଦଯାପିତ ହୋଇଯାଇଛି ଏକବିଂଶତମ ଜଗତସିଂହପୁର ପୁସ୍ତକମେଳା ୨୦୨୦ । ୭ ଦିନ ଧରି ଚାଲିଥିଲା ପୁସ୍ତକ ମେଳା । ଏହି ପୁସ୍ତକମେଳାର ଉଦଯାପନୀ ଅବସରରେ ଅତିଥି ଭାବେ ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ, ଜିଲ୍ଲାପାଳ ସଂଗ୍ରାମୀ କେଶରୀ ମହାପାତ୍ର , ପରିଷଦର କାର୍ଯ୍ୟକାରୀ ସଭାପତି , ସାଧାରଣ ସମ୍ପାଦକ ପ୍ରମୁଖ ଯୋଗ ଦେଇ ପୁସ୍ତକ ମେଳାର ସଫଳତା ବାବଦରେ ବଖାଣିଥିଲେ ।

LEAVE A REPLY

Please enter your comment!
Please enter your name here