ପୁଅର ମୃତ୍ୟୁକୁ ବିତିଗଲାଣି ୧୧ ଦିନ । ହେଲେ ଛାତି ଫଟାଇ ଏବେବି କାନ୍ଦୁଛି ମା’ । ଗୋଟିଏ ଭେଣ୍ଡିଆ ପୁଅକୁ ହରାଇ କେମିତି ବା ସହିପାରିବ ମା’ । ମା’ ଚାହୁଁଛି ମୋ ପୁଅକୁ ନ୍ୟାୟ ମିଳୁ ଏବଂ ଯାହା ପାଇଁ ସେ ମୃତ୍ୟୁବରଣ କରିଛି ତାକୁ ଦଣ୍ଡ ମିଳୁ । ଅଡିଓ ଭାଇରାଲ ହେଉଛି ଏବଂ ପୁଅ ବି ସୁଇସାଇଡ ନୋଟ୍ ଲେଖିକି ଯାଇଛି । ପୋଲିସକୁ ଆଉ କଣ ପ୍ରମାଣ ଦରକାର ବୋଲି ଆଜି ପ୍ରତିକ୍ରୀୟାରେ କହିଛନ୍ତି ସୌମ୍ୟଙ୍କ ମା । ଠିକ ୧୧ ଦିନ ତଳେ ନିଜ ବେଡରୁମରେ ଝୁଲିପଡିଥିଲେ ଯୁବ ବ୍ୟବସାୟୀ ସୌମ୍ୟ । ସିଙ୍ଗର ସୋନାଲି ନନ୍ଦଙ୍କୁ ପ୍ରେମ କରି ଧୋକା ଖାଇବା ପରେ ଆତ୍ମହତ୍ୟା ବାଟ ଆପଣାଇ ନେଇଥିଲେ ସୌମ୍ୟ । ଏବଂ ଛାଡିଯାଇଥିଲେ ସୁଇସାଇଡ୍ ନୋଟ୍ ।

LEAVE A REPLY

Please enter your comment!
Please enter your name here