ବରଗଡ ସୋହେଲାରେ ବିଶାଳ ଚାଷୀ ମହାସମାବେଶକୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.  କାଳିଆ ଯୋଜନାରେ ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବାଣ୍ଟିବା ସହ କାଳିଆ କେବଳ ଓଡିଶା ନୁହେଁ, ସମଗ୍ର ଦେଶର ଚାଷୀଙ୍କ ପାଇଁ ଏକ ଆଦର୍ଶ ଯୋଜନା ବୋଲି କହିଛନ୍ତି ନବୀନ. ବରଗଡ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପୁର ଠାରେ 1340 କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି. ଏହାଦ୍ବାରା ସୋହେଲା, ବରପାଲି ଓ ବିଜେପୁର ବ୍ଲକର 25ହଜାର 6ଶହ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇପାରିବ. ସେହିପରି 455 କୋଟି 66 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସୋହେଲା-ନୂଆପଡା ବିଜୁ ଏକ୍ସପ୍ରେସ ଓ୍ବେ କୁ ଉଦଘାଟନ କରିଛନ୍ତି. ମୁଖ୍ୟମନ୍ତ୍ରୀ 1495 କୋଟି ଟଙ୍କାର ବ୍ୟୟରେ ହେବାକୁ ଥିବା 32ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ 515 କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି.

LEAVE A REPLY

Please enter your comment!
Please enter your name here