ବର୍ଷା ବରିହା ହେଲେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ l ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ହେଉଛନ୍ତି ବର୍ଷାରାଣୀ । ଇତିହାସରେ ସ୍ନାତକୋତ୍ତର କରିଛନ୍ତି ବର୍ଷାରାଣୀ । ବେଙ୍ଗାଲୁରୁରେ ଆଇନରେ ସ୍ନାତକ କରିଛନ୍ତି ବର୍ଷାରାଣୀ ବରିହା । ପଦ୍ମପୁର ଉପ-ନିର୍ବାଚନ ପାଇଁ ଟିକେଟ ମିଳିବା ପରେ ବର୍ଷାରାଣୀ କହିଛନ୍ତି, ବିଶ୍ୱାସ ଓ ଭରସା ରଖି ମୋତେ ବାଛିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଯେହେତୁ ବାପା ଭଲ କାମ କରିଥିଲେ ତେଣୁ ଦଳ ତାଙ୍କୁ ପ୍ରାର୍ଥୀ କରିଛି ବୋଲି କହିଛନ୍ତି ବର୍ଷାରାଣୀ ।

LEAVE A REPLY

Please enter your comment!
Please enter your name here