ଧିରେ ଧିରେ ଖୋଲୁଛି ନିଷ୍ଠୁର ବୟଫ୍ରେଣ୍ଡ ଅଫତାବର ଗୁମର । ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳାଇଥିବା ଖବର ଉପରେ ଏବେ ସମସ୍ତଙ୍କ ନଜର । ନିଜ ପ୍ରେମିକାକୁ ଅଫତାବ କିପରି ୩୫ ଖଣ୍ଡ କରିଥିଲା । ତାର ଖୋଳତାଡ କରୁଛି ପୋଲିସ । ଏ ପର୍ଯ୍ୟନ୍ତ ଶ୍ରଦ୍ଧାର ମୁଣ୍ଡ ଖୋଜିପାଉନି ପୋଲିସ । ଅନ୍ୟପଟେ ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଡେଟିଂ ଆପ୍ ମାଧ୍ୟମରେ ଶ୍ରଦ୍ଧା ଅଫତାବଙ୍କ ପ୍ରେମ ହୋଇଥିଲା । ଶ୍ରଦ୍ଧାକୁ ୩୫ ଖଣ୍ଡ କରିବାର ୨୦ ଦିନ ପରେ ଅଫତାବ ଡେଟିଂ ଆପ ମାଧ୍ୟମରେ ଆଉ ଗୋଟିଏ ନୂଆ ଗାର୍ଲଫ୍ରେଣ୍ଡ କରିଥିଲେ । ନୂଆ ଗାର୍ଲଫ୍ରେଣ୍ଡକୁ ଘରକୁ ଆଣିବା ସମୟରେ ଶ୍ରଦ୍ଧାଙ୍କ କଟା ଶରୀରକୁ ଆଲମିରାରେ ଲୁଚାଇ ରଖିଥିଲା ଅଫତାବ । ଶ୍ରଦ୍ଧାର ମୃତ୍ୟୁ ପରେ ଶ୍ରଦ୍ଧାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟବହାର କରୁଥିଲା ଅଫତାବ । ଏବଂ ଶ୍ରଦ୍ଧାଙ୍କ ସାଙ୍ଗମାନଙ୍କ ସହ କଥା ହେଉଥିଲା । ମାତ୍ର ଦୁଇମାସ ଧରି ଶ୍ରଦ୍ଧାର ମୋବାଇଲ୍ ସୁଇଚ୍ ଅଫ୍ ରହିବା ନେଇ ସାଙ୍ଗମାନେ ସନ୍ଦେହ କରିଥିଲେ ।

ମେ ୧୮ରେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ତିନିବର୍ଷ ଲିଭ୍ ଇନରେ ରହିବା ପରେ ଶ୍ରଦ୍ଧା ବିବାହ କରିବାକୁ ଚାହୁଁଥିଲା । ମାତ୍ର ବିବାହ କରିବାକୁ ଚାହୁଁ ନ ଥିଲା ଅଫତାବ୍ । ଶେଷରେ ଶ୍ରଦ୍ଧାଙ୍କ ଛାତି ଉପରେ ବସି ଗଳା ଚିପିଦେଇଥିଲା ଅଫତାବ । ହତ୍ୟା କରିବା ପରେ ବାଥରୁମରେ ଶବକୁ ଲୁଚାଇ ରଖିଥଲା । ଇଲେକ୍ଟ୍ରିକ ଆରିରେ ଶବକୁ ଖଣ୍ଡ ଖଣ୍ଡ କରି ୩୫ ଖଣ୍ଡ କରିଦେଇଥିଲା । ପରେ ରକ୍ତକୁ ସଫା କରିବା ପାଇଁ ବ୍ୟବହାର କରିଥିଲା ହାଇପୋକ୍ଲୋରିକ ଏସିଡ । ପ୍ରତିଦିନ ସେ ମୃତଦେହର ଖଣ୍ଡେ ଖଣ୍ଡେ ନେଇ ବାହାରେ ଫୋପାଡି ଦେଇ ଆସୁଥିଲା । ଦିଲ୍ଲୀ ପୋଲିସ ଅଫତାବକୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳକୁ ନେଇ ସିନ୍ ରିକ୍ରିଏଟ୍ କରୁଛି ।

LEAVE A REPLY

Please enter your comment!
Please enter your name here