ବହୁ ଚର୍ଚ୍ଚିତ ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଲା ରାୟ । ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ପୋସ୍କୋ କୋର୍ଟ । ମାମଲାରେ ମହମ୍ମଦ ସେକ୍‌ ମୁସ୍ତାକକୁ ଗତକାଲି କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ୨୦୧୮ ଏପ୍ରିଲ ୨୧ ତାରିଖ ରାତିରେ ସାଲେପୁର ଥାନା ଅନ୍ତର୍ଗତ ନିଶ୍ଚିତ କୋଇଲି ବ୍ଲକ ଜଗନ୍ନାଥପୁର ଗାଁର ୬ ବର୍ଷ ନାବାଳିକା ତାର ଭାଇ ସହ ଖେଳୁଥିବା ସମୟରେ ମୁସ୍ତାକ ତାକୁ ଡାକି ନେଇଥିଲା । ଚକୋଲେଟ ଦେବା ବାହାନାରେ ଡାକି ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଘଟଣା ପ୍ରଘଟ ହେବା ଆଶଙ୍କାରେ ମୁସ୍ତାକ ଏକ ଇଟାରେ ନାବାଳିକାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିବାକୁ ଉଦ୍ୟମ କରିଥିଲା। ତେବେ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗୁରୁତର ଅବସ୍ଥାରେ ପୀଡିତା ମୃତ୍ୟୁ ସହ ସଂଗ୍ରାମ କରି ଆଖିବୁଜି ଥିଲା । ପୋସ୍କୋ ଆଇନ୍ ଅନୁସାରେ ଏହି ଘଟଣାର ମାତ୍ର ୧୯ ଦିନ ପରେ ମେ ୯ ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ । ଆଇପିସି ଧାରା ୩୬୩ ଅପହରଣ, ୩୦୨ ହତ୍ୟା ଓ ୩୭୬ ଅର୍ଥାତ ଏକ ଶିଶୁକୁ ଦୁଷ୍କର୍ମ କରିବା ଏବଂ ୬ ଟି ପୋକ୍ସୋ ଧାରା ଅନୁଯାୟୀ କୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ପୀଡ଼ିତାଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଯେହେତୁ ଅଭିଯୁକ୍ତ ବିବାହିତ ଏବଂ ତାଙ୍କର ବୃଦ୍ଧ ପିତା ମାତା ଅଛନ୍ତି ତେଣୁ ତାଙ୍କ ଦଣ୍ଡରେ କୋହଳ କରିବାକୁ ଅଭିଯୁକ୍ତ ପକ୍ଷର ଓକିଲ ଯୁକ୍ତି ରଖିଥିଲେ । ମାତ୍ର ଏହା ଅକ୍ଷମଣୀୟ ଅପରାଧ ହୋଇଥିବାରୁ ନ୍ୟାୟଧୀଶ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here