“ବାପାଙ୍କ ସ୍ବପ୍ନ ଆମେ ଭାଇ, ଭଉଣୀ ପୁରା କରିବୁ । ବାପା କେତେ ଲୋକପ୍ରିୟ ଥିଲେ, ଏବେ ଜାଣୁଛୁ । ଆଜି ବାପା ଚାଲି ଯାଇଛନ୍ତି, ହେଲେ ଆମ ପାଇଁ ଏକ ବିଶାଳ ପରିବାର ଦେଇ ଯାଇଛନ୍ତି ।” ଆଜି ଝାରସୁଗୁଡାର ସରବାହାଲରେ ଆୟୋଜିତ ନବ ଦାସଙ୍କ ସ୍ମୃତିସଭାରେ ବାପାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହା କହିଛନ୍ତି ତାଙ୍କ ଝିଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦଳର ପ୍ରାୟ ସମସ୍ତ ବିଧାୟକ, ସାଂସଦ, ନେତୃବର୍ଗ ଏହି ସ୍ମୃତିସଭାରେ ଯୋଗଦେଇ ନବ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ଦାସଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆଶ୍ବାସନା ଦେଇଛନ୍ତି ।