କଥାରେ ଅଛି ଅତି ଲୋଭରୁ ମୃତ୍ୟୁ ହୋଇଥାଏ । ଆଉ ତାହା ପ୍ରମାଣିତ ବି ହୋଇଗଲା । ୨୦ ଲକ୍ଷ ଟଙ୍କା ଡବଲ କରିବା ଲୋଭ ମଣିଷର ପ୍ରାଣ ନେଇଗଲା । ଟଙ୍କା ବୁଡିଯିବାରୁ ଜୀବନ ହାରିଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସିନ୍ଧେକେଲା ଥାନା ଗନ୍ଧର୍ଲା ଗାଁରେ । ମୃତ ଯୁବକଙ୍କର ନାଁ ବିନୋଦ କୁମାର ଯାଦବ । ଅଭିଯୋଗ ଅନୁସାରେ, ସେଆର ମାର୍କେଟରେ ଟଙ୍କା ଲଗାଇଲେ ଡବଲ ପାଇବା ଆଶାରେ ଦିଲ୍ଲୀର ଓମ ପ୍ରକାଶ ନାମକ ଜଣେ ବ୍ୟକ୍ତି ବିନୋଦକୁ କହିଥିଲେ । ବିନୋଦ ଓମପ୍ରକାଶଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିଲେ । ନିଜେ ରଖିଥିବା ୧୦ ଲକ୍ଷ ଟଙ୍କା ସହିତ ଆଉ ୧୦ ଲକ୍ଷ ଧାର କରିଦେଇଥିଲେ । ହେଲେ କିଛିଦିନ ତଳେ ମୂଳ ଟଙ୍କା ନପାଇବାରୁ ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଗତକାଲି ବିଷ ପିଇଦେଇଥିଲେ ବିନୋଦ । ତାଙ୍କୁ ବଲାଙ୍ଗୀର ହସ୍ପିଟାଲ ଚିକିତ୍ସା ପାଇଁ ନିଆଯାଇଥିଲା । କିନ୍ତୁ ଗତକାଲି ତାଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି । ବିନୋଦ ପ୍ରତି ସପ୍ତାହରେ ଲକ୍ଷେ ଟଙ୍କା ସେୟାର ମାର୍କେଟରେ ଲଗାଇଲେ ଦେଢ଼ ଲକ୍ଷ ଟଙ୍କା ପାଇବ ବୋଲି ଦିଲ୍ଲୀର ବ୍ୟକ୍ତି ପ୍ରଲୋଭନ ଦେଇଥିଲେ। ତେଣୁ ବିନୋଦ ଟଙ୍କା ପଠାଇଥିଲେ। ଗତ ରବିବାର ଦିଲ୍ଲୀରୁ ଗୋଟିଏ ଚେକ୍ ଧରି ଫେରିଥିଲେ। ହେଲେ ଏହି ଚେକ୍ ଫେକ୍ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିବା ପରେ ବନୋଦ ମାନସୀକ ଭାରସାମ୍ୟ ହରାଇଥିଲେ। ଶେଷରେ ସେ କାହାକୁ ନ ଜଣାଇ ବିଷ ଖାଇ ଦେଇଥିଲେ।

LEAVE A REPLY

Please enter your comment!
Please enter your name here