ବାରବାଟୀ ଦିନିକିଆରେ ଟିମ୍ ଇଣ୍ଡିଆର ରୋମାଞ୍ଚକର ବିଜୟ । ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ହରାଇ ତିନିଟିକିଆ ସିରିଜକୁ ୨-୧ରେ ଜିତିଲା ଭାରତ । େଓଷ୍ଟଇଣ୍ଡିଜ ପକ୍ଷରୁ ଧାର୍ଯ୍ୟ ୩୧୬ ରନର ଟାର୍ଗେଟକୁ ପିଛାକରି ୮ ବଲ ବାକି ଥାଇ ବିଜୟ ଲକ୍ଷ୍ୟ ପୂରଣ କଲା ବିରାଟବାହିନୀ । ଦୁଇ ଓପନର ରୋହିତ ଶର୍ମା ରାହୁଲଙ୍କ ଶତକୀୟ ଭାଗିଦାରୀ ଭାରତକୁ ଏକ ମଜବୁତ ଷ୍ଟାର୍ଟ ଦେଇଥିଲା । ତେବେ ଏହି ଯୋଡି ଭାଙ୍ଗିବାପରେ ସ୍ଥିତି ସମ୍ଭାଳିଥିଲେ କ୍ୟାପଟେନ ବିରାଟ କୋହଲି । ରୋହିତ ଶର୍ମା ୬୩, ରାହୁଲ ୭୭ ଓ କୋହଲି ୮୫ ରନ୍ କରିଥିଲେ । ତେବେ ବିରାଟ ଆଉଟ ହେବାପରେ ଶାର୍ଦ୍ଦୁଲ ଠାକୁର ଧୁଆଁଦାର ୬ ବଲରେ ୧୭ ରନ୍ ଭାରତର ବିଜୟକୁ ସହଜ କରିଥିଲା । ପୂର୍ବରୁ ଶିରିଜର ନିର୍ଣ୍ଣାୟକ ଏହି ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ନିମନ୍ତ୍ରଣ ଦେଇଥିଲା । ୧୪୪ ରେ ଚତୁର୍ଥ ୱିକେଟ ହରାଇବା ପରେ ଅଧିନାୟକ କାଇରନ୍ ପୋଲାଡ ଏବଂ ନିକଟ ନିକଲାସପୁରନ ଯୋଡି ଦଳକୁ ମଜମୁତ ସ୍ଥିତିରେ ପହଁଞ୍ଚାଇଥିଲା । ପୂରନ ସର୍ବାଧିକ ୮୯ ରନ୍ କରିଥିବାବେଳେ ପୋଲାଡ ଅପରାଜିତ ୭୪ ରନ୍ କରିଥିଲେ । ଶେଷ ପାଞ୍ଚ ଓଭରରେ ୭୭ ରନ୍ ଇଣ୍ଡିଜ୍ ଦଳର ସ୍କୋରକୁ ୩ଶହ ଟପିବାରେ ସହାୟକ ହୋଇଥିଲା । ଭାରତ ପକ୍ଷରୁ ଡେବ୍ୟୁ କରିଥିବା ନବଦୀପ ସୈନି ଦୁଇଟି ୱିକେଟ୍ ନେଇଥିଲେ । ବିରାଟ କୋହଲି ମ୍ୟାନ ଅଫ ଦି ମ୍ୟାଚ ହୋଇଥିବାବେଳେ ରୋହିତ ଶର୍ମା ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here