ଦିନକୁ ଦିନ ଆନ୍ଦୋଳନକୁ ଜୋରଦାର କରୁଛନ୍ତି ବିରୋଧୀ । ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଏବଂ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପାଇଁ ସବୁଆଡେ ଜଳୁଛି ପ୍ରଦିବାଦର ନିଆଁ । ବିଜେପି ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଆଜି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ପାଳନ କରୁଛି ବିଜେପି । ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା ଦେଇଛି ଦଳ । ଦୋକାନ ବଜାର ବନ୍ଦ ରହିବା ସହ ସ୍କୁଲ, କଲେଜ ବନ୍ଦ ରହିଛି । ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଏହି ବନ୍ଦରେ ବିଜେପି ଯୁବ ମୋର୍ଚ୍ଚା ,ବିଜେପି ମହିଳା ମୋର୍ଚ୍ଚା ସାମିଲ ହୋଇଛନ୍ତି । ସେହିପରି ଭଦ୍ରକ, କଟକ, କେନ୍ଦ୍ରାପଡା, ବୌଦ୍ଧ, ଜଗତସିଂହପୁରରେ ବି ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here