ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଓଡିଶାର ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିଛି । ରାଜ୍ୟରେ ଦାରିଦ୍ର୍ୟ ହାର ହ୍ରାସ ଘଟିଛି ଏବଂ ଖାଦ୍ୟଶସ୍ୟ ଉତ୍ପାଦନରେ ଓଡିଶା ରେକର୍ଡ ସୃଷ୍ଟି କରିଛି । ପଂଚଦଶ ଅର୍ଥ କମିଶନଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଆର୍ଥିକ ବିକାଶର ଚିତ୍ର ଉପସ୍ଥାପନ କରିଛନ୍ତି । ତେବେ ରାଜ୍ୟର ବିକାଶ ପାଇଁ ପୁଣି ଥରେ ସ୍ୱତନ୍ତ୍ର ପାହ୍ୟା ଦାବୀ ଦୋହରାଇଛନ୍ତି । ମୁଖ୍ୟତଃ ପାଞ୍ଚଟି ପ୍ରସଙ୍ଗ ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି । ଟ୍ୟାକ୍ସ ଡିଭୋଲୁ୍ୟସନ ୪୨ରୁ ୫୦ ପ୍ରତିଶତକୁ ବୃଦ୍ଧି କରିବା, ଜିଏସଟି କ୍ଷତି ପୂରଣ ବାବଦ ପ୍ରାପ୍ୟ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରିବା ଏବଂ କୋଇଲା ଖଣି ଅଞ୍ଚଳରେ କ୍ଲିନ ଏନର୍ଜି ସେସ୍ ବିନିଯୋଗ କରିବା ପରେ ସେ ଗୁରୁତ୍ୱ ଦେଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ବାତ୍ୟା ଅଞ୍ଚଳରେ ଅଧିକ ସେଲଟର ହୋମ ନିର୍ମାଣ କରିବା ଏବଂ ସତର୍କ ସୁଚନା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ୧୫ଶହ କୋଟି ଟଙ୍କା ଦେବାକୁ ନବୀନ ଦାବୀ କରିଛନ୍ତି । କମିଶନଙ୍କ ନିକଟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ମଧ୍ୟ ଉପସ୍ଥାପନ କରିଛନ୍ତି । ବିଶେଷକରି ଦୂରସଞ୍ଚାର, ରେଲୱେ ନେଟୱାର୍କ, ବ୍ୟାଙ୍କିଙ୍ଗ ଓ ରାଜପଥ ନିର୍ମାଣ କ୍ଷେତ୍ରରେ ଓଡିଶା ଏବେବି ପଛରେ ପଡିଛି ବୋଲି ସେ କହିଛନ୍ତି ।