ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପିତ ହୋଇଛି । ତିନିଦିନ ଧରି ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁଙ୍କ ସହ ସଂକୀର୍ତ୍ତନ ଭିତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଗଜପତି ମହାରାଜ ଦିବ୍ୟସିଂହ ଦେବ, ଫାଇଭ ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିୟାନ, ମୁଖ୍ୟଶାସନ ସଚିବ ପ୍ରମୁଖ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା କରିଛନ୍ତି ।
ବହୁ ବାଦବିବାଦ ଭିତରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ମଠ, ମନ୍ଦିର ଓ ଜବରଦଖଲକାରୀଙ୍କୁ ଉଚ୍ଛେଦ କରି ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ଏହାଦ୍ବାରା ହଜାର ହଜାର ଭକ୍ତ ଶ୍ରୀମନ୍ଦିର ପରିକ୍ରମା କରିପାରିବେ । ପ୍ରାୟ ଶହେମିଟର ପ୍ରଶସ୍ଥ ଏହି ପ୍ରକଳ୍ପରେ ମେଘନାଦ ପାଚେରୀକୁ ଲାଗି ସୁନ୍ଦର ଉଦ୍ୟାନ କରାଯାଇଛି ଏବଂ ପ୍ରଶସ୍ଥ ପଥ ନିର୍ମାଣ କରାଯାଇଛି । ପୂର୍ବରୁ ଜବରଦଖଲକାରୀଙ୍କ ଯୋଗୁ ଶ୍ରୀମନ୍ଦିର ପରିବେଷ୍ଟିତ ସୁଦୃଶ୍ୟ ପାଚେରୀକୁ କେହି ଦେଖିବା ସମ୍ଭ ହେଉ ନ ଥିଲା । ଏବେ ଏହି ସୁଦୃଶ୍ୟ ପ୍ରାଚୀରକୁ ସମସ୍ତେ ସନ୍ଦର୍ଶନ କରିପାରିବେ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଶ୍ରୀକ୍ଷେତ୍ରର ରୂପାନ୍ତରଣ କରାଯାଇଛି । ସହରର ସୌନ୍ଦର୍ଯ୍ୟକରଣ କରାଯିବା ସହ ରାତିରେ ଆଲୋକମାଳାରେ ଝଲସୁଛି ଶ୍ରୀକ୍ଷେତ୍ର । ପୁଣିଥରେ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତରଣ ସମଗ୍ର ବିଶ୍ବର ଶ୍ରୀଜଗନ୍ନାାଥପ୍ରେମୀଙ୍କୁ ଆକର୍ଷିତ କରିବ, ଏହା ନିଃସନ୍ଦେହ ।

LEAVE A REPLY

Please enter your comment!
Please enter your name here