ବଲିଉଡର ସେହେନସା ବିଗ୍ ବି ଅମିତାଭ ବଚ୍ଚନଙ୍କ ଆଜି ୭୭ ତମ ଜନ୍ମଦିନ । ସେ ୭୮ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୪୨ ମସିହା ଆଜିର ଦିନରେ ଆଲ୍ଲାବାଦରେ ଜନ୍ମ ଗ୍ରହଣ କରିଥିଲେ ଅମିତାଭ ବଚ୍ଚନ । ଜନ୍ମ ଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ସୋସିଆଲ ମିଡିଆରେ ଅମିତାଭ ଟ୍ରେଣ୍ଡ କରୁଥିବାବେଳେ ବହୁ ସଂଖ୍ୟରେ ଫ୍ୟାନ ତାଙ୍କ ମୁମ୍ବାଇ ଜୁହୁ ସ୍ଥିତ ବାସଭବନ ସମ୍ମୁଖରେ ଭିଡ ଲଗାଇଛନ୍ତି । ଭଏସ ଆର୍ଟିଷ୍ଟ ଭାବରେ କ୍ୟାରିଅର ଆରମ୍ଭ କରିଥିବା ଅମିତାଭ ପ୍ରାୟ ୫୦ ବର୍ଷ ଧରି ବଲିଉଡରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ।୧୯୬୯ରେ ରିଲିଜ୍ ହୋଇଥିବା ସାଥ୍ ହିନ୍ଦୁସ୍ତାନୀ ଥିଲା ତାଙ୍କ ହିନ୍ଦି ଫିଲ୍ମରେ ଡେବ୍ୟୁ । ଏହାପରେ ଜଞ୍ଜିର ଫିଲ୍ମ ତାଙ୍କ କ୍ୟାରିଅରକୁ ଦେଇଥିଲା ନୂଆ ମୋଡ । ପରେ ପରେ ସୋଲେ , ଡନ୍ , କୁଲି, ଅଗ୍ନିପଥରେ ହିଟ୍ ପରେ ହିଟ୍ ଦେଇଥିଲେ ଅମିତାଭ । କ୍ୟାରିଅରର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସେ ମହବତେ, ବ୍ଲାକ, ପିକୁ ଭଳି ଅନେକ ବ୍ଲକ ବ୍ଲଷ୍ଟର ଦେଇଛନ୍ତି ବିଗ୍ ବି । ଛୋଟ ପରଦାରେ କନ ବନେଗା କରୋଡପତି ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା । \n ସେପଟେ ପୁରୀ ବେଳାଭୂମିରେ ଅମିତାଭଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ଅମିତାଭଙ୍କ ପ୍ରତିମୂର୍ତ୍ତି ଆଙ୍କିଛନ୍ତି । ୫ ଟନ୍ ବାଲିରେ ସେ ଏହାକୁ ନିର୍ମାଣ କରିଛନ୍ତି । ତେବେ ବିଗ୍ ବିଙ୍କ ଜନ୍ମ ଦିନ ଅବସରରେ ତକ୍ଷକ ଟିଭି ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା

LEAVE A REPLY

Please enter your comment!
Please enter your name here