ବାରିପଦାରେ ବଡ ଧରଣର ସେକ୍ସ ରାକେଟ୍ ଠାବ । ଏକାସାଙ୍ଗରେ ତିନିଟି ଲଜ୍ ଉପରେ ଚଢାଉ କରି ପୋଲିସ ୧୫ ରୂପଜୀବିଙ୍କ ସହ ୧୫ ଜଣ ଯୁବକଙ୍କୁ ଅଟକ ରଖିଛି । ବେଶ୍ କିଛି ଦିନ ହେଲା ଏଠାରେ ସେକ୍ସ ର‌୍ୟାକେଟ୍ ଚାଲିଥିବା ଖବର ପାଇ ପୋଲିସ ଆଜି ଅଚାନକ ବାରିପଦା ମଧ୍ୟଭାଗରେ ଥିବା କ୍ରୀର୍ଷ୍ଣା , ଶାନ୍ତି ଓ ଶ୍ରୀକିଷ୍ଣା ନାମକ ତିନୋଟି ଲଜରେ ଏକକାଳୀନ ଚଢାଉ କରିଥିଲା । ଚଢାଉବେଳେ ଆପତ୍ତିଜନକ ଅବସ୍ଥାରେ ପୋଲିସ ୩୦ଜଣ ପୁଅ ଝିଅଙ୍କ ସହ ୪ଜଣ ଲଜ୍ କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି । ପଚରାଉଚରା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବାରିପଦା ସଦର ଏସଡିପିଓ

LEAVE A REPLY

Please enter your comment!
Please enter your name here