ଆଜି ବିଧାନସଭାରେ 2022-23 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । 2 ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ପୂର୍ଣ୍ଣାଙ୍ଗ ବଜେଟ ମଧ୍ୟରେ 21 ହଜାର 166 କୋଟି ଟଙ୍କାର କୃଷି ବଜେଟ ମଧ୍ୟ ଆଗତ ହୋଇଛି । କୃଷି ବଜେଟରେ 2 ଲକ୍ଷ 80 ହେକ୍ଟର ଚାଷଜମିକୁ ଜଳସେଚନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ଉଦ୍ୟାନ କୃଷି ପାଇଁ 312 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଜଳସେଚନ ପ୍ରକଳ୍ପ ପାଇଁ 2493 କୋଟି ଟଙ୍କା ବ୍ୟବୟ ବରାଦ କରାଯାଇଛି । ବନ୍ୟା ନିୟନ୍ତ୍ରଣ ପାଇଁ 968 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ସାଧାରଣ ବଜେଟରେ ମୋ ସ୍କୁଲ ଅଭିଯାନ 646 କୋଟି ଟଙ୍କା, ମଧ୍ୟାହ୍ନ ଭୋଜନ ପାଇଁ 851 କୋଟି ଟଙ୍କା, ସମଗ୍ର ଶିକ୍ଷା ବିଭାଗ ପାଇଁ 3581 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପ୍ରତି ବ୍ଲକରେ ନୂଆ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଚଳିତବର୍ଷ 64ଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବାକୁ ସ୍ଥିର କରାଯାଇଛି ।
ଅଙ୍ଗନଓ୍ବାଡି ପାଇଁ 2397 କୋଟି ଟଙ୍କା, ମିଶନ ଶକ୍ତି ପାଇଁ 2 ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ସ୍ବାସ୍ଥ୍ୟ ବିଭାଗ ପାଇଁ 12 ହଜାର 624 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ସଡକ ଓ ଭିତ୍ତିଭୂମି ଉନ୍ନୟନ ପାଇଁ 14 ହଜାର 454 କୋଟି ଟଙ୍କା ଅଟକଳ ।
ସହରାଞ୍ଚଳ ବାସଗୃହ ମିଶନ ପାଇଁ 500 କୋଟି ।
ବିଜୁ ସେତୁ ଯୋଜନା ପାଇଁ 1688 କୋଟି ।
ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ 420 କୋଟି ।
ବିଜୁ ସେତୁ ଯୋଜନା ପାଇଁ 1688 କୋଟି ।
ଆକାଂକ୍ଷା ଯୋଜନା ପାଇଁ 538 କୋଟି ।
ଛାତ୍ରବୃତ୍ତି ପାଇଁ 642 କୋଟି ।
ରାସ୍ତା ରକ୍ଷଣବେକ୍ଷଣ ପାଇଁ 2970 କୋଟି ।
ପୂର୍ତ୍ତ ବିଭାଗ ପାଇଁ 8383 କୋଟି ଟଙ୍କା ।

22 ବର୍ଷ ଭିତରେ ରାଜ୍ୟରେ ବଜେଟର ଆକାର 17 ଗୁଣ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here