ବିଜେପି ଛାଡିଥିବା ଦିଲ୍ଲୀପ ରାୟ ପୁଣି ବିଜେଡିକୁ ଫେରିବେ. ଆଜି ଦିଲ୍ଲୀପ ରାୟ ନବୀନ ନିବାସ ଯିବା ପରେ ଏମିତି ସମ୍ଭାବନା ସୃଷ୍ଟି ହୋଇଛି. ବିଜେଡି ଗଠନ ପରେ ନବୀନଙ୍କ ସହ ବିଜୁ ଅନୁଗତ ଦିଲ୍ଲୀପ ରାୟଙ୍କ ମତଭେଦ ହୋଇଥିଲା. 2002ରେ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନବୀନ ଦଳରୁ ବହିଷ୍କୃତ କରିଥିଲେ. ଏହା ପରେ ସେ ବିଜେପିରେ ମିଶିଥିଲେ. ମାତ୍ର ଗତ ମାସରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ. ଆଜି ସନ୍ଧ୍ୟାରେ ନବୀନ ନିବାସରେ କିଛି ସମୟ ରହି ଫେରିବା ପରେ ଦିଲ୍ଲୀପ ରାୟ ବିଜେଡିକୁ ଫେରୁଥିବା ସ୍ପଷ୍ଟ ହୋଇଛି. ଆସନ୍ତାକାଲି ସେ ବିଜେଡିରେ ଯୋଗ ଦେବାର ସମ୍ଭାବନା ରହିଛି. ଦଳରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ମଧ୍ୟ ଦଳକୁ ଫେରାଇ ଆଣିବାକୁ ଉଦ୍ୟମ ହେଉଥିବା ସୂଚନା ମିଳିଛି. ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ ବିଜେପିରେ ମିଶିବା ପରେ ବିଜେଡି ଏବେ ପୁଣି ପୁରୁଣା ନେତାଙ୍କୁ ଖୋଜିବା ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here