ହାତ ଛାଡି ଶଙ୍ଖ ଧରିଲେ ସୁନୀତା ବିଶ୍ୱାଳ. ଶନିବାର ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବ ଦାସଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି. ନବୀନଙ୍କ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ ବିଜେଡିରେ ମିଶିଥିବା କହିଛନ୍ତି ସୁନୀତା. ଓଡିଶାବାସୀଙ୍କ ପାଇଁ ନବୀନ ସରକାର କରିଥିବା ସମସ୍ତ କର୍ତ୍ତବ୍ୟରେ ସେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି ବୋଲି ପ୍ରକାଶ କରିଛନ୍ତି. ଅନ୍ୟପଟେ ଝିଅ ବିଜେଡିରେ ମିଶିବା ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ହେମାନନ୍ଦ. ସେ କହିଛନ୍ତି ‘ଝିଅ ଛୋଟ ପିଲା ନୁହେଁ ଯେ, ମୋ ସହ ପରାମର୍ଶ କରିବ. ତାର ଏହି ନିଷ୍ପତ୍ତି ସଂପୂର୍ଣ୍ଣ ରୂପେ ନିଜସ୍ୱ. ମୁଁ କଂଗ୍ରେସ ପାଇଁ ଓ ଝିଅ ବିଜେଡି ପାଇଁ ପ୍ରଚାର କରିବି’ ବୋଲି କହିଛନ୍ତି ହେମାନନ୍ଦ.

 

LEAVE A REPLY

Please enter your comment!
Please enter your name here