ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟିଂ ହେବାକୁ ଥିବାବେଳେ ବିଜେଡି ପ୍ରକାଶ କରିଛି ଇସ୍ତାହାର । ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଛନ୍ତି । କଂଗ୍ରେସ ଓ ବିଜେପି ପୂର୍ବରୁ ଉଭୟ ଜାତୀୟ ଓ ଆଚଳିକ ସ୍ତରରେ ଇସ୍ତାହାର ପ୍ରକାଶ କରିସାରିଛନ୍ତି । ଇସ୍ତାହାର ଉନ୍ମୋଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରସନ୍ନ ପାଟ୍ଟଶାଣୀ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଇସ୍ତାହାର ଜାରି କରି ନବୀନ କହିଛି, ଆମେ ପ୍ରତିଶ୍ରୁତି ପାଳନ କରିଛୁ । ଅନ୍ୟ ଦଳ ପରି ଫାଙ୍କା ପ୍ରତିଶ୍ରୁତି ଦେଉନାହିଁ । ଇସ୍ତାହାର ପ୍ରକାଶ କରିବା ସହ ଜନତାଙ୍କ ସାମ୍ନାରେ ରିପୋର୍ଟ କାର୍ଡ଼ ରଖିଛି ବିଜେଡ଼ି ।
ବିଜେଡ଼ିର ଇସ୍ତାହାର ଥିମ୍ ‘ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା
ମହିଳା,ଚାଷୀ ଓ ପଛୁଆ ବର୍ଗ ଲୋକଙ୍କ ସଶକ୍ତିକରଣ ଉପରେ ବିଜେଡ଼ିର ଗୁରୁତ୍ୱ ।
ଫୋକସ୍ରେ ଚାଷୀ । କ୍ଷମତାକୁ ଆସିଲେ କାଳିଆ ଯୋଜନା ସବୁ ଦିନ ପାଇଁ ଚାଲିବ ।
ସରକାର ଗଠନର ପ୍ରଥମ ଦିନରେ ବାକି ଥିବା ୨୫ ଲକ୍ଷ ଚାଷୀଙ୍କ ଦୁଇଟି କିସ୍ତିର ୧୦,୦୦୦ ଟଙ୍କା ଏକା ଥରକେ ପ୍ରଦାନ କରାଯିବ ।
୫୦ ହଜାର କୋଟି ଟଙ୍କା ଜଳସେଚନ ପାଇଁ ବ୍ୟୟ କରାଯିବ ।
ଯୁବଗୋଷ୍ଠୀଙ୍କୁ ଗୁରୁତ୍ୱ । ସମସ୍ତ କଲେଜ , ୟୁନିଭର୍ସିଟିରେ ମାଗଣାରେ ୱାଇଫାଇ ଉପଲବ୍ଧ ହେବ ।
ଶୂନ୍ୟ ପ୍ରତିଶତ ସୁଧରେ ଶିକ୍ଷା ଋଣ ପ୍ରଦାନ କରାଯିବ
ପଂଚାୟତ ସ୍ତରରେ ଅଧିକ ଗୋଦାମ ଗୃହ ତିଆରି କରାଯିବ ।
କାଳିଆ ଯୋଜନା ସହ କାଳିଆ ସ୍କଲାରସିପ୍ ମଧ୍ୟ ଜାରି ହେବ ।
ପଂଚାୟତ ସ୍ତରରେ ଅଧିକ ଗୋଦାମ ଗୃହ ତିଆରି କରାଯିବ । ଧାନ ସଂଗ୍ରହ ପାଇଁ ଅଧିକ ବ୍ୟବସ୍ଥା କରାଯିବ ।
ଜଳସେଚନ ଉପରେ ଗରୁତ୍ୱ ଦେବେ ସରକାର । ଅଧିକ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।