ପୁରୀ ନିମାପଡା ନିର୍ବାଚନୀ ମଣ୍ଡଳ ଅନ୍ତର୍ଗତ ୧୧ ନମ୍ବର ଜୋନର ବିଜେଡି ଜିଲ୍ଲାପରିଷଦର ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କର ସନ୍ଦେହ ଜନକ ମୃତ୍ୟୁ । ଭୁବନେଶ୍ୱର ସ୍ଥିତ ଧର୍ମେନ୍ଦ୍ରଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଆଜି ସକାଳୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ହେଲେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ । ହତ୍ୟା ନା ଆତ୍ମହତ୍ୟା କରିଛନ୍ତି ଧର୍ମେନ୍ଦ୍ର ସେ ନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ । କିଛିଦିନ ପୂର୍ବରୁ ସେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତ୍ତର ହେବା ସହିତ ଏକ ଘରୋଇ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଥିଲେ । ଧର୍ମେନ୍ଦ୍ରଙ୍କ ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଫେସବୁକ୍ ପେଜର ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି । ଯେଉଁଥିରେ ସେ ଲେଖିଛନ୍ତି ମୋ ଫୋନ ଦୁଇଟାରେ ସବୁ ଭିଡିଓ ରହିଛି ତାକୁ ଲୋକଲୋଚନକୁ ଆଣିବେ । ତେଣୁ ତାଙ୍କ ମୃତ୍ୟୁ ସହିତ ଏ ପୋଷ୍ଟର କଣ ସମ୍ପର୍କ ରହିଛି । ତାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here