ସ୍କୁଲ ଫି’ କୋହଳ କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଅନୁଦାନ ପ୍ରାପ୍ତ , ଅଣଅନୁଦାନ ପାପ୍ତ ଓ ଘରୋଇ ସ୍କୁଲ ଫି’ ଛାଡ କରିବେ । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସ୍କୁଲ ଫି’ କୋହଳ ହେବ । ୭ଟି ପର୍ଯ୍ୟାୟରେ ସ୍କୁଲ ଫି’ କୋହଳ କରାଯିବ । ବାର୍ଷିକ ୬ ହଜାରରୁ ଅଧିକ ୧୨ ହଜାରରୁ କମ୍‌-୭.୫ ପ୍ରତିଶତ ଛାଡ । ୧୨ ହଜାରରୁ ଊର୍ଦ୍ଧ୍ୱ ୨୪ ହଜାରରୁ କମ୍ -୧୨ ପ୍ରତିଶତ ଛାଡ । ୨୪ ହଜାରରୁ ଊର୍ଦ୍ଧ୍ୱ ୪୮ ହଜାରରୁ କମ୍‌-୧୫ ପ୍ରତିଶତ ଛାଡ । ୪୮ ହଜାରରୁ ଅଧିକ ୭୨ ହଜାରରୁ କମ୍‌-୨୦ ପ୍ରତିଶତ ଛାଡ । ୭୨ ହଜାରରୁ ଊର୍ଦ୍ଧ୍ୱ ଏକ ଲକ୍ଷରର କମ୍‌-୨୫ ପ୍ରତିଶତ ଛାଡ । ବାର୍ଷିକ ସ୍କୁଲ ଫି’ ଏକଲକ୍ଷରୁ ଅଧିକ ହୋଇଥିଲେ ୨୬% ଛାଡ । ହଷ୍ଟେଲ ଫି’ ୩୦ ପ୍ରତିଶତ ଛାଡ କରିବାକୁ ମଧ୍ୟ ନିର୍ଦ୍ଦେଶ । ପରିବହନ ଓ ଖାଦ୍ୟ ବାବଦରେ ମନଇଛା ଅର୍ଥ ଆଦାୟ କରିପାରିବେନି । ସ୍କୁଲ ଫି’ କୋହଳ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଥିଲେ ହାଇକୋର୍ଟ ।

LEAVE A REPLY

Please enter your comment!
Please enter your name here