ଭୁବନେଶ୍ୱରରେ ଆନ୍ଦୋଳନ ସମୟରେ ଗତକାଲି ସୀମା ଟପିଗଲେ ଡ୍ରାଇଭର ସଂଘ । ମାଷ୍ଟର କ୍ୟାଣ୍ଟିନରେ ଥିବା ଐତିହ୍ୟ ଘୋଡାକୁ ମଧ୍ୟ ଛାଡିନଥିଲେ । ଯେଉଁ ଘୋଡାକୁ ରାଜ୍ୟର ଐତିହ୍ୟ ବୋଲି କୁହାଯାଉଛି ।ଯାହାକୁ ଉଠାଇବା ନେଇ ବିଭିନ୍ନ ସମୟରେ ଅନେକ ତୁମ୍ବି , ତୋଫାନ ହୋଇଛି । ଗତକାଲି ଆନ୍ଦୋଳନ ସମୟରେ ଘୋଡା ଉପରେ ଚଢି ପ୍ରତିବାଦ କରିଥିଲେ କିଛି ଡ୍ରାଇଭର । ହାତରେ ଠେଙ୍ଗା ଧରି ରାଜ ରାସ୍ତାକୁ ନିଜ କବଜାକୁ ନେଇଥିଲେ । ଆନ୍ଦୋଳନ ଫଳରେ ଟ୍ରାଫିକ ଜାମ୍ ହୋଇଥିଲା । ୩୦ ଜିଲ୍ଲାର ୨ ଲକ୍ଷ ଡ୍ରାଇଭର କାଲି ଆନ୍ଦୋଳନକୁ ଓହ୍ଲାଇଥିଲେ ।
ଯେଉଁ ସହରରେ ଚାଷୀ ଆନ୍ଦୋଳନ କରିବାକୁ ଅନୁମତି ମିଳେନାହିଁ । ସହର ବାହାରୁ ହିଁ ସେମାନଙ୍କୁ ଗିରଫ କରାଯାଏ । ଏବେ କେମିତି ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସିଲେ କେମିତି । ହାତରେ ଠେଙ୍ଗା ଧରି ପ୍ରବେଶ କରିଲେ କେମିତି । ଏସବୁ ଦେଖି ପୋଲିସ କାହିଁକି ଚୁପ୍ ରହିଥିଲା ।

LEAVE A REPLY

Please enter your comment!
Please enter your name here