ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଜେପି ଛାଡିଛନ୍ତି । ଭୁବନେଶ୍ୱରରେ ପ୍ରେସମିଟ୍ କରି ଆଜି ଏହି ସୂଚନା ଦେଇଛନ୍ତି ଗିରିଧର ଗମାଙ୍ଗ ଏବଂ ଶିଶିର ଗମାଙ୍ଗ । ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେପି ନଡ୍ଡା ପାଖକୁ ପଠାଇ ଦେଇଛନ୍ତି ଇସ୍ତଫା ପତ୍ର । ୨୦୧୫ ଜୁନ୍ ୨୮ ତାରିଖରେ ବିଜେପିରେ ଯୋଗ ଦେଇଥିଲେ ଗିରିଧର ଗମାଙ୍ଗ ।

LEAVE A REPLY

Please enter your comment!
Please enter your name here