ଆଜି ବିଜୟା ଦଶମୀ ଓ ଦଶହରା । ଏଥିପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ପରିବେଶ। ଆଜିର ଶେଷ ଦିନକୁ ନେଇ ରାଜ୍ୟର ସହସ୍ରାଧୀକ ମଣ୍ଡପରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ମଣ୍ଡପରେ ମାଆ ଦୁର୍ଗାଙ୍କୁ ଦେଖିବାକୁ ଭୋରରୁ ଭକ୍ତଙ୍କ ଗହଳିଚହଳି ଲାଗି ରହିଥିବା ଦେଖାଯାଇଛି। ସେହିପରି ଆଜି ରାବଣ ପୋଡି ଉତ୍ସବକୁ ନେଇ ମଧ୍ୟ ଦୈତ ସହରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସେପଟେ ଆଜି ଦଶହରା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହୋଇଯାଇଛି।
ଶ୍ରୀକ୍ଷେତ୍ରରେ ଆଜି ଷୋଡ଼ଶା ଦିନାତ୍ମକ ଶାରଦୀୟ ପୂଜାର ଅନ୍ତିମ ଦିବସ ବିଜୟା ଦଶମୀ। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ପ୍ରଥମେ ସକାଳ ଧୂପରେ ସପ୍ତମୀଠାରୁ ପୂଜାରେ ବସିଥିବା ମହାପ୍ରଭୁଙ୍କ ଆୟୁଧ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, ହଳ ମୂଷଳକୁ ମହାସ୍ନାନ କରାଯାଇଥିଲା। ଶ୍ରୀଜୀଉଙ୍କ ସମସ୍ତ ନୀତିକ୍ରାନ୍ତି ସରିବା ପରେ ଶ୍ରୀଜୀଉଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରିଟି ଆଦି ଅନେକ ସୁନା ଅଳଙ୍କାରରେ ଆଭୂଷିତ କରାଯାଇଥିଲା। ଶ୍ରୀ ଜୀଉଙ୍କ ଏହି ବେଶକୁ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଲାଗିରହିଛି।
ସେହିପରି ଆଜି ରାବଣ ପୋଡ଼ି ଉତ୍ସବ। ଅସତ୍ୟ ଉପରେ ସତ୍ୟର ହେବ ଜୟ। ଏଥିପାଇଁ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ପାଳନ ହେବ। ଏଥିନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ କଟକଣା କରାଯାଇଛି।

LEAVE A REPLY

Please enter your comment!
Please enter your name here