ବିଦ୍ୟୁତ ଚୋରି ରୋକିବାକୁ ଲାଗିବ ପ୍ରିପେଡ ଓ ସ୍ମାର୍ଟ ମିଟର । ପ୍ରିପେଡ ପ୍ରଥମେ ସମ୍ବଲପୁରରେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ ହେବ । ସମ୍ବଲପୁରରେ ପ୍ରଥମେ ୪୫୦୦ ପ୍ର୍ରିପେଡ ମିଟର ଲଗାଯିବ । ମିଟରରେ ରହିବ ଡିଜିଟାଲ କାର୍ଡ, ଉପଭୋକ୍ତା ରିଚାର୍ଜ କରିବେ । ଆଗୁଆ ପଇସା ପକାଇ ରିଚାର୍ଜ କରି ବିଦ୍ୟୁତ ବ୍ୟବହାର କରିବେ । ସ୍ମାର୍ଟ ମିଟର ପ୍ରଥମେ ରାଉରକେଲାରେ ଆରମ୍ଭ କରାଯିବ । ମିଟରକୁ ଯେମିତି ଟ୍ୟାମ୍ପର ବା ସ୍ଲୋ କରି ନହେବ ସେଥିପାଇଁ ବ୍ୟବସ୍ଥା ରହିବ । କେହି କିଛି ଗଫଲତି କଲେ ସ୍ୱୟଂକ୍ରିୟ ଭାବେ ଜଣାପଡିଯିବ । ଏମିତିକି ବିଲ୍ ପେମେଣ୍ଟ ନକଲେ ବିଦ୍ୟୁତ ବିଚ୍ଛିନ୍ନ କରିଦିଆଯାଇପାରିବ । ପାଇଲଟ ପ୍ରୋଜେକ୍ଟ ସଫଳ ହେଲେ ଅନ୍ୟ ସହରରେ ଲାଗୁହେବ । ମିଟର ପାଇଁ ଉପଭୋକ୍ତାମାନଙ୍କୁ କିଛି ପଇଠ କରିବାକୁ ପଡିବ ନାହିଁ । ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here