ଓକିଲ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ଠପ୍‌ ହୋଇଯାଇଥିବା ବେଳେ, ଜେଲ୍‌ରେ ବିଚାରଧୀନ କଏଦୀଙ୍କ ସଂଖ୍ୟା ବଢ଼ିଛି । ଗତ ଦୁଇମାସ ଧରି କୋର୍ଟ କାମ ବନ୍ଦ ରହିବା ଯୋଗୁ କଏଦୀଙ୍କ ବିଚାର ହୋଇପାରିନାହିଁ । ତେଣୁ କଏଦୀମାନଙ୍କ ମାମଲାର ବିଚାରପାଇଁ ଜେଲରେ କ୍ୟାମ୍ପ କୋର୍ଟ ଖୋଲାଯିବ। ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ଦେଖାଦେଇଥିବା ପରିସ୍ଥିତିକୁ ନଜରରେ ରଖି ଗତ ଶନିବାର ଦିନ ହାଇକୋର୍ଟ ସମସ୍ତ ଜିଲ୍ଲା ଏବଂ ଦୌରା ଜଜ୍‌ଙ୍କୁ କ୍ୟାମ୍ପ୍ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ଜେଲ୍‌ରେ ଖୋଲିବ କ୍ୟାମ୍ପ କୋର୍ଟ। ଏଥିରେ କଏଦୀମାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯିବ।

LEAVE A REPLY

Please enter your comment!
Please enter your name here