ପେଟ୍ରୋଲ କମ୍ପାନୀ ରୋଷେଇ ଗ୍ୟାସ ଏଲପିଜିର ଦାମ୍ ବୃଦ୍ଧି କରିଛନ୍ତି । ସାରା ଦେଶରେ ସବସିଡି ନଥିବା ଘରୋଇ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁସାରେ, ଦିଲ୍ଲୀରେ ଏବେ ଗ୍ୟାସ ସିଲିଣ୍ଡର ପିଛା ୮୮୪ ଟଙ୍କା ହୋଇଥିବାବେଳେ କୋଲକାତାରେ ସିଲିଣ୍ଡର ପିଛା ଗ୍ୟାସ ଦର ୯୧୧ ହୋଇଛି । ସେହିପରି କର୍ମସିଆଲ ଗ୍ୟାସ ସିଲିଣ୍ଡର ପିଛା ୭୫ ଟଙ୍କା ଲେଖାଏଁ ବୃଦ୍ଧି ପାଇଛି । ଫଳରେ କର୍ମସିଆଲ ସିଲିଣ୍ଡରର ଦାମ୍ ଦିଲ୍ଲୀରେ ୧୬୯୩ରେ ପହଁଞ୍ଚିଛି । ପୂର୍ବରୁ ଜୁଲାଇ ପହିଲାରେ ଘରୋଇ ଗ୍ୟାସି ସିଲିଣ୍ଡର ଦାମ ୨୫ ଟଙ୍କା ଲେଖାଏଁ ବୃଦ୍ଧି ପାଇଥିଲା । ସେହିପରି ମୁମ୍ବାଇରେ ଗ୍ୟାସ୍ ସିଲିଣ୍ଡର ପିଛା ୮୮୪ ଟଙ୍କା ୫୦ ପଇସା ରହିଥିବା ବେଳେ ଚେନ୍ନାଇରେ ୯୦୦ ଟଙ୍କା ୫୦ ପଇସା ରହିଛି । ତେବେ ବିଗତ ୭ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ଦୁଇ ଗୁଣାରୁ ଅଧିକ ବୃଦ୍ଧି ପାଇଛି । ୨୦୧୪ ମାର୍ଚ୍ଚ ୧ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୪୧୦ ଟଙ୍କାରେ ମିଳୁଥିଲା ଯାହା ଏବେ ୯୦୦ ଟଙ୍କାରୁ ଅଧିକ ରହିଛି । ଏହା ମଧ୍ୟରେ ବ୍ୟବସାୟୀକ ଦର ମଧ୍ୟ ୭୫ ଟଙ୍କା ବୃଦ୍ଧି ପାଇଛି । ୧୯ କେଜିର ବ୍ୟବସାୟୀକ ଗ୍ୟାସ ସିଲିଣ୍ଡର ଦର ଏବେ ଦିଲ୍ଲୀରେ ୧୬୯୩ ଟଙ୍କା ରହିଥିବା ବେଳେ କୋଲକତାରେ ୧୭୭୦ ଟଙ୍କା ୫୦ ପଇସା ରହିଛି ।

LEAVE A REPLY

Please enter your comment!
Please enter your name here