ଓଭର ବ୍ରିଜ୍ ନିର୍ମାଣ ଦାବିରେ ରାଜପଥ ଅବରୋଧ । ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ ନମ୍ବର ଜାତିୟ ରାଜପଥକୁ ଅବରୋଧ କରିଛନ୍ତି ଲୋକେ । ଦାନ୍ତୀଆମୁହାଁ ଠାରେ ଓଭରବ୍ରିଜ ନିର୍ମାଣ ଦାବି କରି ଦାନ୍ତିଆମୁହାଁ ଓ କୁଣ୍ଢେଇ ଗ୍ରମବାସୀ କୁଣ୍ଢେଇ ଛକଠାରେ ରାସ୍ତା ଅବରୋଧ କରିଛନ୍ତି । ୪ ଲେନ ରାସ୍ତା ନିର୍ମାଣ ପରେ ଦାନ୍ତୀଆମୁହାଁ ଛକରେ ରାସ୍ତା ପାରିହେବା ବିପଦଜନକ ହୋଇପଡୁଛି । ଅନ୍ୟପଟେ ରାଜପଥ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାଜପଥ ଅବରୋଧ ଯୋଗୁଁ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଛି । ବେତନଟି ପୋଲିସ ପହଁଞ୍ଚି ଆନେ୍ଦାଳନକାରୀଙ୍କ ସହ ଆଲୋଚନା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here