ଆଗକୁ ଅଛି ୨୦୨୪ ସାଧାରଣ ନିର୍ବାଚନ । ତା ପୂର୍ବରୁ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଓଡିଶାରେ ତାର ଶାଖା ଖୋଲିବା ପାଇଁ ଯାଉଛି । ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତିରେ ଯୋଗଦେବେ ଓଡିଶାର ୯ ଜଣ ବିଧାୟକ ଆଉ ଜଣେ ପୂର୍ବତନ ସାଂସଦ । କେସିଆର ପଠାଇଥିବା ସ୍ୱତନ୍ତ୍ର ବିମାନରେ ଆଜି ଓଡିଶାର ୯ ଜଣ ନେତା ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସହିତ ତାଙ୍କ ପୁଅ ଏବଂ ତାଙ୍କ ପତ୍ନୀ ମଧ୍ୟ ଚାଟାର୍ଡ ଫ୍ଲାଇଟରେ ହାଇଦ୍ରାବାଦ ଯାଇଛନ୍ତି । ବିଦ୍ଧିବଦ୍ଧ ଭାବେ ଏମାନେ ବିଆରଏସ ସହ ସାମିଲ ହେବେ । ଏମାନଙ୍କ ସହିତ ଚାଷୀ ନେତା ଶେଷଦେବ ନନ୍ଦ, ଅକ୍ଷୟ କୁମାର, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ପୂର୍ବତନ ସାଂସଦ ରାମଚନ୍ଦ୍ର ହାଂସନ୍ଦା, ପୂର୍ବତନ ବିଧାୟକ ନବୀନ ନନ୍ଦ, ବାଲିପାଟଣାର ପୂର୍ବତନ ବିଧାୟକ ରାଘବ ଶେଖ, ସୋନପୁରର ପୂର୍ବତନ ବିଧାୟକ ଦେବରାଜ ସେଠୀ, ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ପ୍ରମୁଖ ସ୍ୱତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here