ବିମୁଦ୍ରାକରଣକୁ ଦୁଇ ବର୍ଷ ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଘୋଷଣାର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାର ଓ ବିରୋଧୀ ଦଳ ଗୁଡ଼ିକ ପରସ୍ପରକୁ ଆକ୍ଷେପ କରିବା ଆରମ୍ଭ କରିଦେିଛନ୍ତି । ବିମୁଦ୍ରାକରଣକୁ ବିରୋଧ କରି ଦେଶବ୍ୟାପୀ କଂଗ୍ରେସ ପାଳୁଛି କଳାଦିବସ । ମୋଦି ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ, କୌଣସି ପ୍ରତିଶ୍ରୁତି ରକ୍ଷା କରିବାରେ ସଫଳ ହୋଇ ନାହାଁନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ୍ ଆଗରେ ରାଜ୍ୟ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଯେଉଁ ଧାରଣା ଦିଆଯାଉଛି, ଏଥିରେ ରାଜ୍ୟ କଂଗ୍ରେସର ବହୁ ତୁଙ୍ଗ ନେତା ସାମିଲ ହୋଇଛନ୍ତି । କଂଗ୍ରେସ ଅଭିଯୋଗ କରିଛି-ମୋଦି ସରକାରଙ୍କ ଭୁଲ ନିଷ୍ପତି ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ଭୁଷୁଡି ଯାଇଛି । ଅଛେ ଦିନ ନୁହେଁ , ଭାରତକୁ ବୁରେ ଦିନ ଆସିଗଲା ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ଅଛେ ଦିନ୍ ଆସିବ ବୋଲି ମୋଦି କହିଥିଲେ ହେଲେ କୁଆଡେ ଗଲା ସେ ଅଛେଦିନ ବୋଲି ଆକ୍ଷେପ କରିଛନ୍ତି ନିରଞ୍ଜନ । ଯେତିକି ନୋଟ୍ ଅକାମୀ ହୋଇଥିଲା ସବୁ ଫେରିଲା , ଡିଜିପି ୧.୫ କମିଲା । ମୋଦୀ ତାଙ୍କ ପାଗଳାମୀ ପାଇଁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଶ୍ରୀକାନ୍ତ ଜେନା ।