ପରୀ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍ । ସରୋଜ ସେଠୀ ଘଟଣାର ମୁଖ୍ୟ ଅଭିଯୁକ୍ତ କହିଲେ ଅରୁଣ ବୋଥ୍ରା । ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତଦନ୍ତ କରାଯାଉଛି । ମୋର ୨୨ ବର୍ଷ ପୋଲିସ ଚାକିରୀରେ ଏହା ଏକ ବୀଭତ୍ସ ଘଟଣା ବୋଲି ଅରୁଣ ବୋଥ୍ରା କହିଛନ୍ତି । ପରୀର ଘରଠାରୁ ସରୋଜର ଘର ୨ ଶହ ମିଟର ପାଖାପାଖି । ସରୋଜର ସାନଭଉଣୀ ସହ ପରୀର ଭଲ ସମ୍ପର୍କ । ସରୋଜଙ୍କ ଘରେ ଥିବା ଜାମୁ କୋଳି ଖାଇବାକୁ ସେହି ଗାଁର ପିଲାମାନେ ଯାଇଥାନ୍ତି । ୧୪ ତାରିଖ ଦିନ ନାବାଳିକା ଏକାଏକା ଜାମୁକୋଳି ଖାଇବାକୁ ଯାଇଥିଲା । ସରୋଜର ବାପା ନାହିଁ , ମା ଚାକିରୀ କରୁଛି, ବଡ ଭଉଣୀ ବାହା ହୋଇଛି । ସାନ ଭଉଣୀ ବି ଚାକିରୀ କରୁଛି , ସେଦିନ ଘରେ କେହି ନଥିଲେ । ୧୪ ତାରିଖରେ ସରୋଜ ଏକା ଘରେ ଥିଲା । ସରୋଜ ନାବାଳିକାକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ନାବାଳିକା ଏଥିରେ ବାଧା ଦେବାରୁ ସେ ତା ତଣ୍ଟି ଚିପି ଦେଇଥିଲା । ମୃତ୍ୟୁ ପରେ ନାବାଳିକାର ମୃତଦେହ ସାଥିରେ ଦୁଷ୍କର୍ମ କରିଥିଲା । ଅଶ୍ଳୀଳ ଫିଲ୍ମରେ ଏସବୁ ଦେଖି ସରୋଜ କରିଥିବା ମାନିଛି । ମୃତଦେହ ସହ ଦୁଷ୍କର୍ମ ପରେ ସେ ଏକ ଛୋଟ ବସ୍ତାରେ ଶବ ପୂରାଇଥିଲା । ବସ୍ତାରେ ମୃତଦେହ ଓ ଫ୍ରକ୍ ପୂରାଇ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା । ତେବେ ଝିଅଟି ପିନ୍ଧିଥିବା ଲେଗିନ୍ସକୁ ସେ ନେବା ଭୂଲି ଯାଇଥିଲା । ପରେ ଲେଗିନ୍ସକୁ ନେଇ ପୋଖରୀରେ ଫିଙ୍ଗିଥିବା ମାନିଛି ସରୋଜ । ପଛରେ ପିନ୍ଧିଥିବା ଲେଗିନ୍ସକୁ ଖୋଜିବା ପାଇଁ ପୋଖରୀକୁ ଶୁଖାଯାଉଛି । ସରୋଜ ମୋବାଇଲରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା । ପର୍ଣ୍ଣୋ ଫିଲ୍ମ ମୋବାଇଲ ଫୋଲ୍ଡରରେ ରଖି ଲକ୍ ପକାଇଥିଲା । ଘଟଣାର ପୂର୍ବଦିନ ୧୩ ରାତିରେ ରାତିସାରା ପର୍ଣ୍ଣୋ ଫିଲ୍ମ ଦେଖିଛି । ହତ୍ୟା ବା ଦୁଷ୍କର୍ମ ପାଇଁ ପୂର୍ବ ପ୍ରସ୍ତୁତି ନଥିବା ସ୍ୱିକାର କରିଛି ସରୋଜ । ରାତିସାରା ଫିଲ୍ମ ଦେଖିବା ପରେ ଝିଅଟି ଆସିବାରୁ , ଏଭଳି କରିଥିବା କହିଛି । ଆଇ ୱିଟନେସ୍ ନଥିବାରୁ ଆମେ ବୈଗ୍ୟାନିକ ପ୍ରମାଣ ଏକାଠି କରୁଛୁ ।

LEAVE A REPLY

Please enter your comment!
Please enter your name here