ଗତକାଲି ଚାଷୀଙ୍କ ହିଂସାକାଣ୍ଡ ପରେ ଆଜି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଲାଲକିଲ୍ଲା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଲକିଲ୍ଲା ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି । ସେହିପରି ନିକଟତମ ଜାମା ମେଟ୍ରୋ ଷ୍ଟେସନର ପ୍ରବେଶ ପଥକୁ ମଧ୍ୟ ବନ୍ଦ ରଖାଯାଇଛି । ଏହାସହିତ ଗତକାଲିର ଘଟଣାକୁ ନେଇ ଦିଲ୍ଲୀ ପୋଲିସ ୧୫ଟି ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାପୂର୍ବରୁ ଦିଲ୍ଲୀ ମହାନଗର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି । ଚାଷୀମାନେ ଆନ୍ଦୋଳନ କରୁଥିବା ଅଞ୍ଚଳରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଗତକାଲି ଚାଷୀଙ୍କ ହିଂସାକାଣ୍ଡରେ ୮୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଭାରତୀୟ ଦୂତାବାସ ଆଗରେ ଜୋରଦାର ବିକ୍ଷୋଭ କରିଛନ୍ତି । ଅନ୍ୟପଟେ ବ୍ୟାପକ ହିଂସାକାଣ୍ଡ ପରେ କୃଷକମାନେ ଟ୍ରାକ୍ଟର ରାଲି ବନ୍ଦ କରିଛନ୍ତି । ସମସ୍ତ ଚାଷୀଙ୍କୁ ଦିଲ୍ଲୀ ସୀମାରେ ପୂର୍ବରୁ ଚାଲିଥିବା ଆନ୍ଦୋଳନସ୍ଥଳକୁ ଫେରିଆସିବାକୁ କୁହାଯାଇଛି । ଦୁଇ ତିନି ଦିନ ମଧ୍ୟରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଚାଷୀନେତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here