ଦେଖିବାକୁ ପୁରା ଅସଲି । ବୋତଲ ଓ ଲେବଲିଂ ବି ସମାନ । ଦାମୀ ଦାମୀ ବ୍ରାଣ୍ଡ ନାଁରେ ପ୍ରସ୍ତୁତ ହେଉଥିଲା କୋଲ୍ଡ ଡ୍ରିଙ୍କ୍ସ । ସ୍ପ୍ରାଇଟ, ଲିଚି, ଥମ୍ସଅପ, ସ୍ପାଇସ ଅପ୍, ସୋଡା ଭଳି ବିଭିନ୍ନ ପ୍ରକାରର ନାମୀଦାମୀ ବ୍ରାଣ୍ଡର ମୃଦୁ ପାନୀୟ ପ୍ରସ୍ତୁତ ହେଉଥିଲା । ଏମିତି ଢଙ୍ଗରେ ପ୍ରସ୍ତୁତ ହେଉଥିଲା ଯେ, ଅସଲି କିଏ ନକଲି କିଏ, ଜାଣିବା ମୁସ୍କିଲ । ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ବର୍ଷ ବର୍ଷ ଧରି ନକଲି ଥଣ୍ଡାପାନୀୟର ଏହି କାରଖାନା ଚାଲିଥିଲେ ବି ଆଜି ପର୍ଯ୍ୟନ୍ତ କେହି ଟେର୍ ପାଉ ନଥିଲେ ନା ଜାଣି ଅଜଣା ହୋଇ ବସିଥିଲେ, ତାହା ସବୁଠୁ ବଡ ପ୍ରଶ୍ନ । ହଜାର ହଜାର ସଂଖ୍ୟାରେ ନକଲି ମୃଦୁ ପାନୀୟ ପ୍ରସ୍ତୁତ କରି ରାଜଧାନୀ ଭୁବନେଶ୍ବରରୁ ଗ୍ରାମାଞ୍ଚଳକୁ ପଠାଯାଉଥିଲା । କୌଣସି ଟ୍ରେଡ ଲାଇସେନ୍ସ ନ ଥାଇ ବର୍ଷ ବର୍ଷ ଧରି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଏହି ବ୍ୟବସାୟୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ଅଧିକାରୀ ।

LEAVE A REPLY

Please enter your comment!
Please enter your name here