ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଜିତାଇବା ପାଇଁ ଦେଶବ୍ୟାପୀ ବିଜେପି ପକ୍ଷରୁ ବିଭିନ୍ନ ମନ୍ଦିର ପାଖରେ ଦୀପଦାନ ଓ ପୂଜାର୍ଚ୍ଚନା କରାଯ଼ାଉଛି I ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ I ଏଥିପାଇଁ ଆଜି ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ବିଜେପି ଭୁବନେଶ୍ବର ଜିଲ୍ଲା କମିଟି ପକ୍ଷରୁ ଦୀପଦାନ ଓ ଓ ପୂଜାର୍ଚ୍ଚନା କରାଯ଼ାଇଛି I ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ନେତା ଏହି କାର୍ଯ଼୍ୟକ୍ରମରେ ଭାଗ ନେଇଥିଲେ I
ସେହିପରି ପୁରୀରେ ଶ୍ରୀମନ୍ଦିର ସମ୍ମୁଖରେ ବିଧାଯକ ଜୟନ୍ତ ଷଡଙ୍ଗୀଙ୍କ ନେତୃତ୍ବରେ ବିଜେପି ପକ୍ଷରୁ ଦୀପଦାନ କରାଯ଼ାଇଛି I ବାଲେଶ୍ବର, ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳୀଯ କର୍ମୀମାନେ ଦ୍ରୌପଦୀଙ୍କ ବିଜଯ କାମନା କରି ଦୀପଦାନ କରିଛନ୍ତି I
ଓଡିଶାର ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ମେଣ୍ଟ ପକ୍ଷରୁ ଯଶୋଓ୍ବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି I ତେବେ ଦ୍ରୌପଦୀଙ୍କ ବିଜଯ ସମ୍ଭାବନା ନିଶ୍ଚିତ ହୋଇସାରିଛି I ଦ୍ରୌପଦୀ ନିର୍ବାଚନ ଜିତିଲେ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେବେ I
ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ବିରୋଧୀଙ୍କ ଭୋଟ ନିଜ ପଟକୁ ଆଣିବାକୁ ସକ୍ଷମ ହୋଇଛି I

LEAVE A REPLY

Please enter your comment!
Please enter your name here