ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଛ କହିଲେ. ଦିନିକିଆ ଗସ୍ତରେ ଓଡିଶା ଆସି ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କୁ ଯେଉଁ ବିକାଶର ସ୍ବପ୍ନ ଦେଖାଇଲେ, ସେଥିରେ ସତ ଅପେକ୍ଷା ମିଛ ବେଶୀ. ଏମିତି ଅଭିଯୋଗ କରିଛି କଂଗ୍ରେସ. ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାଏକ କହିଛନ୍ତି, ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଇଏସଆଇସିରେ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିଲେ. ସେହି ଅନୁସାରେ, ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ଠାରେ ୨୫ ଏକର ସରକାରୀ ଜମିରେ ୧୩.୯୭ କୋଟି ଟଙ୍କା ବ୍ୟୟରେ ପ୍ରାଚୀର ନିର୍ମାଣ କାର୍ୟ୍ୟ ସରିଯାଇଥିଲା. ମାତ୍ର ଏ ନେଇ ବୈଠକ ହେବା ପରେ ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଖୋଲିବା ପାଇଁ ମଞ୍ଜୁର ହୋଇଥିଲା, ଯାହା ୨୫୦ ଶଯ୍ୟାକୁ ଉନ୍ନିତ କରାଯିବ. ଏଥିପାଇଁ ରାଜ୍ୟ ସରକାର ଯୋଗାଇ ଦେଇଥିବା ୨୫ ଏକର ଜମିରେ ୨୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ. ମାତ୍ର ୫୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଚକ୍ରାନ୍ତ କରି ୨୫୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ନିଆଯାଉଛି ବୋଲି କହିଛି କଂଗ୍ରେସ. ମାତ୍ର ମେଡିକାଲ କଲେଜ ପାଇଁ କଂଗ୍ରେସ ନେତୃତ୍ୱାଧିନ ଉପା ସରକାର ନେଇଥିବା ନିଷ୍ପତ୍ତିକୁ ପରିବର୍ତ୍ତନ କରି ୫୦ରୁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଉଦଘାଟନ କରି ମୋଦି ବାହା..ବା ନେବା ଦୁର୍ଭାଗ୍ୟ ଜନକ ବୋଲି କଂଗ୍ରେସ କହିଛି. ଅନ୍ୟପଟେ ମୋଦିଙ୍କ ୨୪ ତାରିଖର ସାଧାରଣ ସଭା, ଓଡିଶାର ସ୍ୱାର୍ଥ ଅପେକ୍ଷା ବିଜେପି ଓ ବିଜେଡି ନିଜର ଦଳୀୟ ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦେଉଛି ବୋଲି କଂଗ୍ରେସ କଟାକ୍ଷ କରିଛି.

LEAVE A REPLY

Please enter your comment!
Please enter your name here