ବ୍ଲାକ ଫଙ୍ଗସରେ ଓଡିଶାରେ ଆଖି ବୁଜିଲେଣି 29 ଜଣ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ରାଜ୍ୟରେ 212 ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 109 ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ 29 ଜଣ ପ୍ରାଣ ହରାଇଛନ୍ତି । ତେବେ 68 ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।
କୋଭିଡ, ଡାଇବେଟିକ୍ସ, କିଡନୀ, ଲିଭର ଓ କାର୍ଡିଆକ୍ ରୋଗରେ ସଂକ୍ରମଣ ହେବା ପରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେଉଛି ଏବଂ ରୋଗୀମାନେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏହାକୁ ନେଇ ଚିକିତ୍ସା ବିଜ୍ଞାନୀମାନେ ଅଧିକ ଅନୁଧ୍ୟାନ କରୁଛନ୍ତି । 155ଟି କେସ ଅନୁଧ୍ୟାନରୁ ଜଣାପଡିଛି ଯେ, 69 ପ୍ରତିଶତ ରୋଗୀ ପୁରୁଷ ଏବଂ ସେମାନଙ୍କର ନାକରେ ଯନ୍ତ୍ରଣା ହେଉଥିଲା । ସେହିପରି 36 ପ୍ରତିଶତ ରୋଗୀ ମୁହଁରେ କଷ୍ଟ ଅନୁଭବ କରିଥିଲେ ।

LEAVE A REPLY

Please enter your comment!
Please enter your name here