ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ମାମଲାରେ ଓଡିଶା ମାନବିକ ଅଧିକାର କମିଶନ ଓଏଚଆରସି ନିଜଆଡୁ ମାମଲା ରୁଜୁ କରିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ କମିଶନ ମାମଲା ରୁଜୁ କରିବା ସହ ବିଭାଗୀୟ ଅଧିକାରୀଙ୍କ ଠାରୁ ରିପୋର୍ଟ ମାଗିଛନ୍ତି । ଗୃହ ବିଭାଗ ଏସିଏସ, ପୋଲିସ ଡିଜି, ଜେଲ ବିଭାଗ ଡିଜି, ପୋଲିସ କମିଶନରଙ୍କୁ ନୋଟିସ ଜାରୀ କରାଯାଇଛି । ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ହାଇଦରର ମୃତଦେହ ପୋଷ୍ଟମର୍ଟମ ତା ଦେହରୁ ଚାରୋଟି ଗୁଳି ବାହାରିଥିଲା । ଦୁଇଟି ଗୁଳି ତା ପିଞ୍ଜରାରୁ ଏବଂ ଦୁଇଟି ଗୁଳି ତା ଜଙ୍ଘରୁ ବାହାରିଥିଲା । ତେବେ ଏନକାଉଣ୍ଟର ସମୟରେ ପୋଲିସ ତିନି ରାଉଣ୍ଡ ଗୁଳି ମାରିଥିବା କହୁଥିବା ବେଳେ ତା ଦେହରୁ ଚାରୋଟି ଗୁଳି ବାହାରିଥିଲା । ହାଇଦରର ପୁଅ ଏବଂ ତା ସ୍ତ୍ରୀ ପୋଲିସ ଜାଣିଶୁଣି ଗୁଳି କରି ମାରିଦେଇଛି ବୋଲି ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here